ଗଜପତିରେ ବିଶ୍ୱ ମୃତ୍ତିକା ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ କୃଷି ଅଧିକାରୀଙ୍କ ସଭା ଗୃହ ଠାରେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଏବଂ ଜିଲ୍ଲା କୃଷି ଓ କୃଷକ ଶସକ୍ତିକରଣ ବିଭାଗର ମିଳିତ ସହଯୋଗରେ ଜିଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । କୃଷି ଅଧିକାରୀ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ଚାଷୀମାନେ ନିଜ ଜମିର ମୃତ୍ତିକା ପରୀକ୍ଷା କରି ତାର ଗୁଣବତ୍ତା ଅନୁସାରେ ଚାଷ କରିବା ଆବଶ୍ୟକ ବୋଲି କହିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଇରେନିଆସ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଚାଷ ଜମିର ମୃତ୍ତିକା ପରୀକ୍ଷା କରିବା ଦ୍ୱାରା ମାଟିର ଉର୍ବରତା ଜଣାପଡିଥାଏ ଏବଂ ମୃତ୍ତିକା ପରୀକ୍ଷାର ରିପୋର୍ଟ ଅନୁସାରେ କିପରି ଏବଂ କେଉଁ କେତେ ପରିମାଣର ସାର ପ୍ରୟୋଗ କରାଯିବ ତାହା ସହଜରେ ଜଣାପଡିଥାଏ । ଏପରି ହେବା ଦ୍ୱାରା ଫସଲ ଉତ୍ପାଦନ ବୃଦ୍ଧିପାଇବା ସହ ଚାଷୀମାନେ ଆର୍ଥିକ ଭାବେ ଉନ୍ନତି କରିଥାନ୍ତି ବୋଲି ସେ କହିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଟପ୍ପୋ ମାଟିର ସୁରକ୍ଷା କରି ମାଟିର ଉର୍ବରତାକୁ ବୃଦ୍ଧି କରିବାପାଇଁ ମୃତ୍ତିକା ପରୀକ୍ଷଣ ନିହାତି ଆବଶ୍ୟକ ବୋଲି କହିଥିଲେ । ସେହିପରି ମାଟିର ଜୌବିକ ଗୁଣ କମିଗଲେ ଫସଲ ଉତ୍ପାଦନରେ କିପରି ପ୍ରଭାବ ପଡିଥାଏ ସେ ବିଷୟରେ ସେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆର୍‌.ଉଦୟଗିରିର ଏଡିଓ ଏମ୍‌.ଶ୍ରିନୀବାସ, ଆର୍‌.ଉଦୟଗରି ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସଂଗ୍ରାମ ପରମଗୁରୁ, ଜିଲ୍ଲା ଜଳ ବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସାହୁ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସହକାରୀ କୃଷି ଅଧିକାରିଣୀ ସଂଘମିତ୍ରା ପ୍ରଧାନ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ