ସଢ଼ା ସମବାୟ ସମିତି ନିର୍ବାଚନକୁ ନେଇ ଗୋଷ୍ଠୀ ସଂଘର୍ଷ

ହାଟଡିହି, (ବିକାଶ ବିଶ୍ୱାଳ) :-ସଢ଼ା ସମବାୟ ସମିତି ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା ଜଣାଯାଇଛି । ଏନେଇ ସୋସୋ ଥାନାରେ ଅଭିଯୋଗ ହେବାପରେ ପୁଲିସ ଚାରି ଚାରିଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି । ଖବରରୁ ଜଣାଯାଇଛି ଯେ ସଢ଼ା ସମବାୟ ସମିତି ପାଇଁ ହେବାକୁ ଯାଉଥିବା ନିର୍ବାଚନ ପାଇଁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକା ପଞ୍ଝା ଲାଗି ରହିଛି । ଗୋଟିଏ ଗୋଷ୍ଠୀର ଜଣେ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହେବା ପ୍ରଚାର ହୋଇଯିବାପରେ ସଂପୃକ୍ତ ପ୍ରାର୍ଥୀ ଓ ତାଙ୍କର ସମର୍ଥକ ମାନେ କାର୍ଯ୍ୟାଳୟରେ ପହଞ୍ଚି ନିର୍ବାଚନ ଅଧିକାରୀଙ୍କ ସହିତ ଆଲୋଚନା କରୁଥିବାବେବେଳେ ବିପକ୍ଷ ଗୋଷ୍ଠୀର କିଛି ଲୋକ ପହଞ୍ଚି କାହାର କାହାର ନାକଚ ହେଲା ଆମକୁ ଲିଷ୍ଟ ଦିଅ ବୋଲି କହିବାରୁ ଉଭୟଙ୍କ ମଧ୍ୟରେ ଝଗଡା ଲାଗିବା ସହ ଗୋଷ୍ଠୀ ସଂଘର୍ଷର ରୁପ ନେଇଥିଲା । ଖବରପାଇ ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିରେ ସୁଧାର ଆଣିଥିଲା । ପରବର୍ତ୍ତୀ ସମୟରେ ଏହାକୁ ନେଇ ଗାଁରେ ଭିନ୍ନ ଭିନ୍ନ ଗଣ୍ଡଗୋଳ ହୋଇଥିଲା । ଏନେଇ ଜଗନ୍ନାଥ ସାହୁ, ରଘୁନାଥ ସାମଲ, ଚମ୍ପା ପାତ୍ର, ଶ୍ରୀକାନ୍ତ ବୋଇତେଇ ପ୍ରମୁଖ ସୋସୋ ଥାନାରେ ଲିଖିତ ଅଭିଯୋଗ କରିବାପରେ ସୋସୋ ପୁଲିସ ଥାନା କେସନଂ୯୬, କେସନଂ ୯୭, କେସ ନଂ ୯୮, କେସ ନଂ ୯୯ରେ ୪ଟି ଭିନ୍ନ ଭିନ୍ନ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ