ହଡପ କରିବା ବିରୋଧରେ ବିଜେପିର ପ୍ରତିବାଦ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ରାଜ୍ୟ ସରକାର କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇ ଚାଲିଛନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ପକ୍କାଘର ସବୁକୁ ରାଜ୍ୟ ସରକାର ବିଜୁ ପକ୍କାଘର/ମୋ ଆବାସ ଯୋଜନା ଭଳି ଯୋଜନାରେ ହେଉଛି ବୋଲି କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି । ମୋଦୀ ସରକାର ଦେଶରେ ବିଭିନ୍ନ ପ୍ରକାରର ଜନହିତକର ଯୋଜନା ଲାଗୁ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠି କେବଳ କେନ୍ଦ୍ରୀୟ ଯୋଜନାକୁ ହଡପକରି ନାଁ ବଦଳାଇ ବାହାବା ନେବାକୁ ବସିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଉଚ୍ଚାକାଙ୍ଖୀ ଜନକଲ୍ୟାଣକାରୀ ଯୋଜନା ଓ ଏହାଦ୍ୱାରା ଭାରତର ସମସ୍ତ ଜନସାଧାରଣଙ୍କୁ ପକ୍କାଘର ଯୋଗାଇଦେବାର ସୁଦୀର୍ଘ ପରିକଳ୍ପନା କରାଯାଇଛି । ଏହି ଯୋଜନାକୁ ଚଂଚକତା କରି କୈାଣସି ରାଜ୍ୟର ସରକାର ଏହାକୁ ନିଜସ୍ୱ ଯୋଜନା ଭାବେ ଘୋଷଣା କରି ବିଭ୍ରାନ୍ତ କରାଇବା ନିଶ୍ଚିନ୍ତ ଭାବେ ଅଗଣତାନ୍ତ୍ରିକ ଏବଂ ଆଦର୍ଶ ସଙ୍ଘୀୟ ବ୍ୟବସ୍ଥାର ପରିପନ୍ଥି ଯାହା କେଭେବି ଗ୍ରହଣ ଯୋଗ୍ୟ ନୁହେଁ ବୋଲି କେନ୍ଦ୍ରାପଡା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି । ଏବେ ମୁଖ୍ୟମନ୍ତ୍ରୀ ଗ୍ରାମାଚଂଳରେ ୪ଲକ୍ଷ ପକ୍କାଘର ନିର୍ମାଣରେ ଶୁଭ ଦେବେ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ସଙ୍ଘୀୟ ବ୍ୟବସ୍ଥାକୁ ଭୃକ୍ଷେପ ନକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କାଘର କହିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ବିଜେପି କହିଛି । ଏହି ଘଟଣାରେ ଶୁକ୍ରବାର ପୂର୍ବାହ୍ନରେ ବିଜେପି ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଓ ପୈାରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାଜ୍ୟପାଳଙ୍କ ଉଦେଶ୍ୟରେ ବ୍ଲକରେ ବିଡିଓଙ୍କୁ ଏବଂ ପୈାର ପରିଷଦରେ ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି । ବିଜେପିର ବରିଷ୍ଠ ନେତା ସୁନାକର ବେହେରା,ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ଦାସ, ଜିଲ୍ଲା ପରିଷଦ ସଭ୍ୟା ରେଶ୍ମୀ ଚକ୍ରବର୍ତ୍ତୀ ,ମନୋଜ କୁମାର ଦାସ,ଦିଲ୍ଲିପ କୁମାର ଦାଶ,ପ୍ରମୋଦ ଦାସ,ଶୁଭେନ୍ଦୁରଞ୍ଜନ ଜେନା,ମନମୋହନ ବେଉରା,ରଞ୍ଜନ କୁମାର ସାହୁ,ରତ୍ନାକର ସେଠୀ,ସରୋଜ କୁମାର ଦାସ,ଅକ୍ଷୟ କୁମାର ଆଚାର୍ଯ୍ୟ,ମନୋରଞ୍ଜନ ସାମଲ,ତନ୍ମୟ କୁମାର ରାଉତ,ଅଂଶୁମାନ ଦାସ,କାନନବାଳା ଦାସ ପ୍ରମୁଖ ବିଜେପି ଦଳର ଶତାଧିକ କାର୍ଯ୍ୟକର୍ତ୍ତା , ସଭ୍ୟ,ସଭ୍ୟା ଓ ଦଳର ସମର୍ଥକମାନେ ଅଂଶଗ୍ରହଣ କରିଥିଲେ ।


