ସୁନି ତନଜିମ-ଉଲ-ଓଲମା ଚଳଚିତ୍ର ଆୟେଶାକୁ ବିରୋଧ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ମୁସଲିମ ଜାତିର ମା’ ହଜରତ ଆୟେଶା ରଜିଅଲ୍ଲା ଅନ୍ହା,ମହାପୁରୁଷ ମହମ୍ମଦ (ସ.ଅ.)ଙ୍କ ପତ୍ନୀଙ୍କ ନାମରେ ନିର୍ମିତ ବିକୃତ ଚଳଚିତ୍ର ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଅପରାହ୍ନରେ କେନ୍ଦ୍ରାପଡା ସୁନ୍ନି ତନଜିମୁଲ ଓଲମା ପକ୍ଷରୁ ପ୍ରତିବାଦରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭରେ କେନ୍ଦ୍ରାପଡାର ୫ଶହରୁ ଉଦ୍ଧ୍ୱର୍ ମୁସଲିମ ଭାଇମାନେ ଏକତ୍ରିତ ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ,ମୁଖ୍ୟମନ୍ତ୍ରୀ,ଚଳଚିତ୍ର ସେନସର ବୋର୍ଡ ଅଧ୍ୟକ୍ଷ ଓ କେନ୍ଦ୍ରାପଡା ସାଂସଦଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ ୱିସିମ୍ ରିଜଓି୍ୱ,ସିହା ୱାକଫ ବୋର୍ଡ ୟୁପିର ଚେୟାରମ୍ୟାନ,ରିଜୱି ଫିଲ୍ମ ନିର୍ମାତା ମୁସଲିମ ଜାତିର ମା’ ହଜରତ ଆୟେଶା ରଜିଅଲ୍ଲା ଅନ୍ହା,ମହାପୁରୁଷ ମହମ୍ମଦ (ସ.ଅ.)ଙ୍କ ପତ୍ନୀଙ୍କ ନାମରେ ଏକ ବିକୃତ ଚଳଚିତ୍ର “ଆୟେଶା”ନିର୍ମାଣ କରିଛନ୍ତି । ଏହି ଚଳଚିତ୍ର ପ୍ରଦର୍ଶନକୁ ବ୍ୟାନ କରିବା ସମେତ ୱିସିମ୍ ରିଜଓି୍ୱ ଙ୍କୁ ଗିରଫ କରିବା ଏବଂ ଆଗକୁ ଏପରି ଚଳଚିତ୍ର ନିର୍ମିତ ନହେବା ପାଇଁ କୁହାଯାଇଛି । ଏହି ପ୍ରତିବାଦ ବିକ୍ଷୋଭରେ କେନ୍ଦ୍ରାପଡାର ସୁନ୍ନି ତନଜିମୁଲ ଓଲମାର ସଭାପତି ମୈାଲାନା ମହମ୍ମଦ ଖୁର୍ସିଦ ଅନୱାର,ସମ୍ପାଦକ ମୈାଲାନା ଗୁଲାମ ମୁସ୍ତଫା,ମୈାଲାନା ଫକିରୁଦ୍ଦିନ, ତବରେଜ ଆଲମ ମିସବାହୀଙ୍କ ସମେତ ସମସ୍ତ ଓଲମା, ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ମହମ୍ମଦ ସେକ ଇନାୟତ, ସହରର ତଞ୍ଜିମ ଇମାମ ଅହେମଦ ରଯାର ସମସ୍ତ ସଦସ୍ୟ , କେନ୍ଦ୍ରାପଡା ସହରରେ ଥିବା ସମସ୍ତ ବସ୍ତି ନଜୱାନ କମିଟି, ଦିଲାୱରପୁର, ଇମାମବାଡା, ଇଦଗାହ ମହଲା, ଜଇପୁରା, ରଣପଡା, କନିଆଯୋର, କୁମାରିଆ, ମନକରପୁର , ଗରାପୁର, ମଢିଆଳ, ଖଡିଅଙ୍ଗର ସମସ୍ତ ସୁନ୍ନି ମୁସଲମାନଙ୍କ ସମେତ ମୈାଲାନା କମାଲ ହାପିଜୁର,ସେକ ତାଜମୁଲ ହୋସେନ, ସୟଦ ନୁର ଉଦ୍ଦିନ, ମହମ୍ମଦ ଫାରୁକ, ସେକ ଗୋପି, ମୁଫତି ମୁସରଫ ରଜାକ,ଏମ.ଏ.ରଇଫ ହବିବ, କମାଲ ଉଦ୍ଦିନ ହବୀବ, କଲିମ ଖାନ ପ୍ରମୁଖ ଏହି ପ୍ରତିବାଦରେ ସାମିଲ ହୋଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୁରକ୍ଷା ନିମନ୍ତେ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡାଙ୍କ ନେତୃତ୍ୱରେ ରାଜନଗର ଥାନା ଅଧିକାରୀ ତପନ କୁମାର ନାୟକ,ବିଦ୍ୟୁତ ଥାନା ଅଧିକାରୀ ମହେଶ୍ୱର ସେଠୀ,ପୁରୁଣା ବସଷ୍ଟାଣ୍ଡ ଫାଣ୍ଡି ହାବିଲଦାର ନରେନ୍ଦ୍ର ନାଥ ସୋରେନ ପ୍ରମୁଖ ପୋଲିସ ଫୋର୍ସଙ୍କ ସହିତ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ