ହରିହର କ୍ଷେତ୍ରରୁ ଶ୍ରୀକ୍ଷେତ୍ର ଭକ୍ତଙ୍କ ଦଣ୍ଡ ପ୍ରଣାମ ଯାତ୍ରା

ନିମାପଡ଼ା,(ସନ୍ତୋଷ କୁମାର ଦାଶ): କେନ୍ଦ୍ରାପଡା ଜିଲ୍ଲା ହରିହର କ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର କୁ ବିଶ୍ୱ ମଙ୍ଗଳ ଉଦ୍ଦେଶ୍ୟ ରେ ଜଗନ୍ନାଥଙ୍କ ଭକ୍ତ ଗଙ୍ଗାଧର ସାମଲ ଦଣ୍ଡ ପ୍ରଣାମ ଯାତ୍ରା କରିଛନ୍ତି ।ଏହି ଯାତ୍ରା ନଭେମ୍ବର ମାସ ୨୩ ତାରିଖ ପ୍ରଥମାଷ୍ଟମୀରୁ କେନ୍ଦ୍ରାପଡା ଜିଲ୍ଲା ଗରଜପୁର ବ୍ଲକ ବନ୍ଧସାହି ମାହାଳସାହି ଗ୍ରାମରୁ ଆରମ୍ଭ କରି ଦୀର୍ଘ ୩୫ ଦିନ ପରେ ଆସି ପୁରୀ ଜିଲ୍ଲା ଚାରିଛକ ସ୍ଥିତ ଏକାନ୍ତ ଆଶ୍ରମ ଠାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଏକାନ୍ତ ଆଶ୍ରମର ନନ୍ଦ ବାବା ଜଳ ତୁଳସୀ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ବିଶ୍ୱର ମଙ୍ଗଳ ଉଦ୍ଦେଶ୍ୟରେ ଜଗତର ନାଥ ଜଗନ୍ନାଥ ଓ ମା ପାଟବାସୁଳି ଙ୍କ ସ୍ୱପ୍ନାଦେଶରେ ଏହି ଦଣ୍ଡ ପ୍ରଣାମ ଯାତ୍ରା ଆରମ୍ଭ କରିଛି ବୋଲି ଭକ୍ତ ଗଙ୍ଗାଧର ସାମଲ କହିଥିଲେ । ଏହି ଯାତ୍ରା ସମୟରେ ତାଙ୍କର ସହଯୋଗୀ ପୁତ୍ର ସାରଥୀ ପ୍ରସାଦ ସାମଲ , ଅରୁଣ ଓଝା ଓ ବନମାଳୀ ବାରିକ ସହଯୋଗ କରିଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ ଗଙ୍ଗାଧର ସାମଲକୁ ଦଣ୍ଡ ପ୍ରଣାମ ଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ନାମ କୀର୍ତ୍ତନ ମାଧ୍ୟମରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ