ହଷ୍ଟେଲ କୋଠା ନିର୍ମାଣ ରେ ମହା ଘୁଟାଲା : ଆଦିବାସୀ ଙ୍କ ନାମରେ ଅର୍ଥ ଲୁଟ
ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟ ସରକାର ଶିକ୍ଷା ର ବିକାଶ ରେ ବହୁ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରୁଛନ୍ତି ବଡ଼ ବଡ଼ କୋଠା ସେଥି ମଧ୍ୟରୁ ବେସ କରି ଅନୁସୂଚିତ ଜାତି ଜନଜାତି ବର୍ଗର ଛାତ୍ର ଛାତ୍ରୀ ଙ୍କ ପାଇଁ ନିର୍ମାଣ ହେଉଛି ବଡ଼ ବଡ଼ କୋଠା ଶ୍ରେଣୀ ଗୃହ ଠାରୁ ନେଇ ହଷ୍ଟେଲ ପର୍ଯ୍ୟନ୍ତ ହେଲେ ସେଥିମଧ୍ୟରେ ଆଇଟିଡିଏ ଦ୍ୱାରା ନିର୍ମାଣ କରାଯାଉଛି କୋଟି କୋଟି ଟଙ୍କା ଖର୍ଚ୍ଚ କରି ହଷ୍ଟେଲ ଗୃହ କିନ୍ତୁ ଗଜପତି ଜିଲ୍ଲା ରେ ଆଦିବାସି ଙ୍କ ପାଇଁ ଆସୁଥିବା ଉର୍ଣ୍ଣତି ମୁଳକ ଟଙ୍କା କୁ ଠିକାଦାର ଓ ବିଭାଗ୍ୟ ଅଧିକାରୀ ମଧ୍ୟରେ ସଫାସୁତୁର କରି ଦିନ ଦିପହରେ ଲୁଟୁଛନ୍ତି ଅଧିକାରୀ I ଯାହା ଦ୍ୱାରା ଛାତ୍ରଛାତ୍ରୀ ମାନେ ଦୁଃଖ କଷ୍ଟ ରେ ପାଠ ପଢିବା ପାଇଁ ପାହାଡ଼ ଚଡି ଆସିବାକୁ ପଡୁଛି ବିଦ୍ୟାଳୟ ସେଥିମଧ୍ୟରେ ବର୍ଷା ହେଲେ ବିଦ୍ୟାଳୟ ଯିବା ବନ୍ଦ ହୋଇପଡୁଛି I ବେଳେ ବେଳେ ବିଦ୍ୟାଳୟ ଯିବା ବେଳେ ବିଳମ୍ବିତ ମଧ୍ୟ ହେଉଛି ମୁଖ୍ୟ କାରଣ ସରକାର ଅନୁସୂଚିତ ଜାତି ଜନଜାତି ବର୍ଗ ର ପିଲା ଙ୍କ ପାଇଁ ହଷ୍ଟେଲ ସୁବିଧା କରିଛନ୍ତି କିନ୍ତୁ ତାହା କାମ ରେ ଲାଗୁନି ଗଜପତି ଜିଲ୍ଲା ଏବେ ପାଲଟିଛି ଦୃନିତି ର ଗନ୍ତା ଗୃହ କାରଣ ମୋହନା ବ୍ଲକ ର ଖାରୀଗୁଡା ପଞ୍ଚାୟତ ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ରହିଛି୧୦୦ଶଯ୍ୟା ଛାତ୍ରୀ ବାସ ଏହି ହଷ୍ଟେଲ ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର ୨୦୦୯/୧୦ରେ ୫୪ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ରେ ନିର୍ମାଣ ପାଇଁ କାର୍ଯ୍ୟ ଆଦେଶ ଦେଇଥିଲେ I ହେଲେ ପରେ ପୁଣି ୭ଲକ୍ଷ୍ୟ ପ୍ରଦାନ କରିଥିଲେ I ହେଲେ ଠିକାଦାର ଙ୍କ ଏଭଳି ବେଖାତ୍ରୀ ଯାହାକି ପିଲା ରହିବା ଜାଗାରେ ଚାଲିଛି ଇଟା ଫେକ୍ଟରି ଦୀର୍ଘ୧୨ବର୍ଷ ବିତିଲାଣି ହଷ୍ଟେଲ କାମ ସମ୍ପୃନ ହେଉନି I ଯାହା ମଧ୍ୟ ନିର୍ମାଣ ହୋଇଛି ହଷ୍ଟେଲ ଗୃହ ତାହା ସମ୍ପୂର୍ଣ ନିମ୍ନ ମାନର କାମ କେଉଁଠି ଝରକା ବାହାରି ତଳେ ପଡିଛି ତ କେଉଁଠି ପାଣି ଗଳୁଚି ସେପଟେ କୋଠା ଦବିବାରେ ଲାଗିଲାନି ପାଚେରୀ ମଧ୍ୟ ଅଧା ପାନ୍ତରିଆ ବିଦ୍ୟୁତ ସଂଜଗ ହୋଇନି କିନ୍ତୁ ଠିକାଦାର ଚୁରାଇ ବିଦ୍ୟୁତ ବ୍ୟବହାର କରୁଛନ୍ତି I ଇଟା ସୁଖାଇବା ପାଇଁ ଗୋଟିଏ କାମ ନ ସରୁଣୁ ଠିକାଦାରଙ୍କୁ ଦିଆ ଯାଇଛି ହଷ୍ଟେଲ ର ରୁଷଇ ଗୃହ ନିର୍ମାଣ ଓ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ଅଦେଶ ଜିଲ୍ଲା ପ୍ରକଳ୍ପ ପ୍ରଶାସକ ଙ୍କ ଆଖି ଦୃଷ୍ଟି କିଭଳି ପଡୁନି ଯନ୍ତ୍ରୀ ଠାରୁ ନେଇ ଅଧିକାରୀ ଠିକାଦାର ମିଳିତ ରେ ଏତେ ଟଙ୍କା ଲୁଟି ନେଲେ ଯାହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହ ତୁରନ୍ତ ହଷ୍ଟେଲ କୋଠା ନିର୍ମାଣ କରି ଛାତ୍ରୀ ଙ୍କୁ ରଖାଯାଉ ନଚେତେ ବଡଧରଣର ଆନ୍ଦଳନ କୁ ଉଲହିବା କୁ ଗ୍ରାମ ବାସୀ ଅଣ୍ଟା ଭିଡ଼ିଲେଣି ବୋଲି କହିଛନ୍ତି I ଖାରୀଗୁଡ଼ା ଗ୍ରାମ ବାସୀ ଏହି ବିଷୟରେ ଜିଲ୍ଲା ପ୍ରକଳ୍ପ ପ୍ରଶାସକ ଫୋଲଗୁନି ମାଝୀ ଙ୍କୁ ପଚାରିବାରୁ ସେ କହିଛନ୍ତି ତୁରନ୍ତ ଘଟଣା ର ତଦନ୍ତ କରି ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି I


