ପାରାଦୀପ ହାଉସିଙ୍ଗ ବୋର୍ଡ କଲୋନୀରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି
ପାରାଦୀପ- ପାରାଦୀପ ମଧୁବନ ସ୍ଥିତ ହାଉସିଙ୍ଗ ବୋର୍ଡ କଲୋନୀରେ ଥିବା ସାରଳା ଏଣ୍ଟରପ୍ରାଇଜର୍ସ ର ଷ୍ଟୋରରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏଥିରେ ଷ୍ଟୋର ଘରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଖବରପାଇ ଅଗ୍ନିଶମ ବିଭାଗର ଦମକଳ ଗାଡି ପହଁଞ୍ଚି ନିଆଁକୁ ଆୟତ କରିଛନ୍ତି । ସଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।