ହାଟଡ଼ିହି ବ୍ଲକରେ ୧୫୦୦ରୁ ଉର୍ଦ୍ଧ୍ବ ହିତାଧିକାରୀ ପାଇବେ ବର୍ଦ୍ଧିତ ଭତ୍ତା
ହାଟଡ଼ିହି, (ବିକାଶ ବିଶ୍ୱାଳ):ରାଜ୍ୟ ସରକାର ୮୦ବର୍ଷରୁ ଉର୍ଦ୍ଧ ହିତାଧିକାରୀ ମାନଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେବା ପରେ ହାତଡ଼ିହି ବ୍ଲକରେ ମୋଟ ୧୫୦୦ରୁ ହିତାଧିକାରୀ ଉପକୃତ ହେବେ ବୋଲି ଜଣା ପଡ଼ିଛି। ହାଟଡ଼ିହି ବ୍ଲକରେ ଏବେ ୨୨୫୮୮ ଜଣ ହିତାଧିକାରୀ ଙ୍କୁ ଭତ୍ତା ଦିଆ ଯାଉଛି। ତନ୍ମଧ୍ୟରୁ ମଧୁବାବୁ ଯୋଜନାରେ ରାଜ୍ୟ ସ୍କିମ ରେ ୧୪୯୩୨ ଭତ୍ତା ପାଉଥିବା ବେଳେ ଏନ. ଏସ. ଏ. ପି କେନ୍ଦ୍ରୀୟ ଯୋଜନାରେ ୭୬୫୬ ଜଣ ଭତ୍ତା ପାଉଛନ୍ତି। ସରକାର ୮୦ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ୩୫୦୦ଟଙ୍କା ଦେବାକୁ ଘୋଷଣା କରିବା ପରେ ଏନ. ଏସ. ଏ. ପି କେନ୍ଦ୍ରୀୟ ଯୋଜନାରେ ୬୯୮ ଜଣ ଓ ରାଜ୍ୟ ସରକାରଙ୍କ ମଧୁବାବୁ ଯୋଜନାରେ ୮୦୦ରୁ ଉର୍ଦ୍ଧ୍ବ ହିତାଧିକାରୀ ଉପକୃତ ହେବେ ବୋଲି ଜଣା ଯାଇଛି।