ହାଟବିଟ ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ସ୍ତରୀୟ ରାତ୍ର ବାଡମିଂଟନ ପ୍ରତିଯୋଗୀତା ଉଦଘାଟିତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କପାଳେଶ୍ୱରର ଓଡିଶା ହାଟବିଟ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ରାତ୍ର ବ୍ୟାଡମିଂଟନ ପ୍ରତିଯୋଗୀତା ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଗରାପୁର କାଳିମନ୍ଦିର ସନ୍ନିକଟ ଖେଳପଡିଆରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ଜିଲ୍ଲା ସ୍ତରୀୟ ରାତ୍ର ବ୍ୟାଡମିଂଟନ ପ୍ରତିଯୋଗୀତାକୁ ଉଦଘାଟନ କରି ଏଭଳି ପ୍ରତିଯୋଗୀତାର ଆୟୋଜନ ଦ୍ୱାରା ଆମ ଜିଲ୍ଲାର କ୍ରୀଡାବୀତମାନେ ନିଜର ପାରଦର୍ଶିତା ପ୍ରତିପାଦନ କରିବା ସହିତ ଆମ ପାଇଁ ସୁନାମ ଆଣି ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଗରାପୁର ସରପଂଚ ଗାୟତ୍ରୀ ମହାନ୍ତି, ଯୁବ ସମାଜସେବୀ ପ୍ରମୋଦ ପ୍ରଧାନ, ପୂର୍ବତନ ସରପଂଚ ଅଭିମନ୍ୟୁ ଗୋଛାୟତ ଓ ଭରତପୁର ସମିତିସଭ୍ୟ ହେମନ୍ତ ବିଶ୍ୱାଳ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ୧୬ଟି କ୍ଲବର ଖେଳାଳିମାନେ ଅଂଶ ଗ୍ରହଣ କରିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଧଳ ପିଚ ମଧ୍ୟକୁ ଯାଇ ପ୍ରତିଯୋଗୀମାନଙ୍କ ସହିତ କରମର୍ଦନ କରି ସେମାନଙ୍କୁ ଶୁଭେଛା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭାପତି ଲୋହିତ କୁମାର ମହାନ୍ତି,ପ୍ରମୋଦ ବେହେରା, ଶରତ ବେହେରା,ଭବାନୀ ଓଝା,ଆଇନଜୀବି ଗୋକୁଳରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିବା ବେଳେ ଭରତ ସାହୁ,କୃଷ୍ଣ ଚନ୍ଦ୍ର ନାୟକଙ୍କ ସମେତ ବହୁ ଯୁବକ ପ୍ରତିଯୋଗୀତା ପରିଚାଳନାରେ ସହଯୋଗ କରିଥିଲେ । ଅ।।ସନ୍ତାକାଲି ଜିଲ୍ଲା ବାହାରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ