ହାତୀଓଟ ହାଇ ସ୍କୁଲ ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ୍ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାଶ ଅଧ୍ୟକ୍ଷତା କରିଥିବା ବେଳେ ସରପଞ୍ଚ ପ୍ରତିନିଧି ତଥା ପୋଲସରା ବାର୍ ଆସୋସିଏସନ୍ ର ସଭାପତି ସୁଶାନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୂରଲୀଧର ନନ୍ଦ ମୁଖ୍ୟ ବକ୍ତା ଭାବେ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସାହୁ, ବର୍ତ୍ତିନୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ସାହୁ ଓ ବିଦ୍ୟାଳୟ ପରିଚାଳନା କମିଟର ସଭାପତି ପ୍ରସନ୍ନ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ହାତୀଓଟ ସମିତି ସଭ୍ୟ କାହ୍ନୁ ଚରଣ ସାହୁଙ୍କ ସମେତ ବିଦ୍ୟାଳୟର ବହୁ ପୁରାତନ ଛାତ୍ର ଛାତ୍ରୀ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଆସନ୍ତା ନଭେମ୍ବର ୫ ତାରିଖ ଦିନ ସୁବର୍ଣ୍ଣ ଜୟନ୍ତୀ ପାଳ ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ। ହାତୀଓଟ ନୋଡାଲ ହାଇ ସ୍କୁଲର ସମସ୍ତ ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ନଭେମ୍ବର ୫ ତାରିଖ ବୈଠକରେ ଯୋଗଦେବା ପାଇଁ ନିବେଦନ କରାଯାଇଛି। ବରିଷ୍ଠ ଶିକ୍ଷକ ନିରାନନ୍ଦ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ। ଶିକ୍ଷକ ଶୁଭକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ