ହାତ ଧରିଲେ ନବୀନ

ବିଜେଡିରୁ ନିଲମ୍ବିତ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଆଜି କଂଗ୍ରେସରେ ମିଶିଛନ୍ତି। ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ମହାମିଶ୍ରଣ କାର‌୍ୟ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଥିଲେ। ଏହା ସହିତ ତାଙ୍କ ଯୋଗଦାନକୁ ନେଇ କିଛି ଦିନ ହେଲା ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି।ନିରଞ୍ଜନ କହିଛନ୍ତି, ଢେଙ୍କାନାଳର ବରିଷ୍ଠ ନେତା ନବୀନ ନନ୍ଦ କଂଗ୍ରେସରେ ଯୋଗ ଦେଇଥିବାରୁ ଏହା ଦଳ ପାଇଁ ଶୁଭ ସୂଚନା।
ଶ୍ରୀ ନନ୍ଦ ପ୍ରଥମେ ବିଜେପିରେ ସାମିଲ ହେବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ବିଜେପି ତାଙ୍କୁ ଢେଙ୍କାନାଳ ସଦର ବିଧାନସଭା ଆସନ ଟିକେଟ୍ ଦେବା ପାଇଁ ଅନିଚ୍ଛା ପ୍ରକାଶ କରିବା ପରେ ସେ କଂଗ୍ରେସରେ ସାମିଲ ହେଉଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ