ହିଞ୍ଜିଳି କଂଗ୍ରେସ ପକ୍ଷରୁ ଜନ ଜାଗରଣ ଅଭିଯାନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳି ବ୍ଳକ କଂଗ୍ରେସ ପକ୍ଷରୁ ବୁଧବାର ସ୍ଥାନୀୟ ବ୍ଳକ ଗଣ୍ଡଳା ଠାରେ ଜନ ଜାଗରଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳି ବ୍ଲକ କଂଗ୍ରେସ ସଭାପତି ଶିବରାମ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଦଳୀୟ କର୍ମୀ ମାନେ ବେଲଗାଁ ଠାରୁ ପଦଯାତ୍ରାରେ ବାହାରି ଶାସକ ଦଳର ବିଭିନ୍ନ ଜନ ବିରୋଧି ନୀତି ବିରୁଦ୍ଧରେ ନାରାବାଜି ଦେଇ ଗଣ୍ଡଳା ଠାରେ ପହଞ୍ଚି ସଂପୃକ୍ତ ପଞ୍ଚାୟତର ଠାକୁରାଣୀ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟର ପର୍ଯ୍ୟବେକ୍ଷକ କିଶୋର ଜେନା ଓ ମୁଖ୍ୟ ବକ୍ତା ଭାବେ ରାଜ୍ୟ ପିସିସି ସମ୍ପାଦକ ଶମ୍ଭୁ ପାଣିଗ୍ରାହୀ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମାରଣ ନୀତିକୁ ବିରୋଧ କରିବା ସହ ପ୍ରତିବାଦ କରିଥିଲେ । କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ନଗର ସଭାପତି ସୁନାରାମ ସାବତ, ଶେରଗଡ଼ ବ୍ଳକ ସଭାପତି କୁନା ବିଷୋୟୀ, କୈଳାସ ନାହାକ, ଭଗବାନ ନାହାକ, ସଞ୍ଜୟ ରାଜୁ, ଲଡୁ ସେଠି, ଅରୁଣ ଦାସ, ଗୋଦାବରୀ ନାହାକ, ଉମା ସାହୁଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।


