ହିଞ୍ଜିଳି ବିଜେଡି ପାଳିଲା ଆନ୍ତର୍ଜାତୀୟ ମହିଳା ଦିବସ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପକ୍ଷରୁ ଉଭୟ ଶେରଗଡ ଓ ହିଞ୍ଜିଳିକାଟୁ ବ୍ଳକ ସମେତ ପୈାର ବିଜେଡି ପକ୍ଷରୁ ଶନିବାର ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ଏହି ଅବସରରେ ବିଜେଡି ନେତ୍ରୀ ରଶ୍ମିତା ବେହେରାଙ୍କ ନେତୃତ୍ୱରେ ଶତାଧିକ ମହିଳା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ। ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସେଠାରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା।‌ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଳୋଗାନ ଦେବା ସହ ଗତ ୩୨ ବର୍ଷ ଧରି ପାଳିତ ହୋଇ ଆସୁଥିବା ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତ ରାଜ ଦିବସ ଓ ସେହି ଦିନକୁ ସରକାରୀ ଛୁଟି ଦିବସ ଭାବେ ପାଳନ କରାଯାଉଥିଲା। ହେଲେ ବିଜେପି ସରକାର ବିନା କ୍ୟାବିନେଟ୍ ଅନୁମୋଦନରେ ଏହାକୁ ବାତିଲ କରିବା ଅଗଣତାନ୍ତ୍ରିକ ବୋଲି କହିଥିଲେ।‌ ବିଜୁ ପଟ୍ଟନାୟକ ମହିଳା ମାନଙ୍କୁ ରାଜନୈତିକ ଅଧିକାର, ସମାଜରେ ପ୍ରତିଷ୍ଠା ଓ ସମ୍ମାନ ପ୍ରଦାନ କରିଥିଲେ।‌ ପରବର୍ତ୍ତୀ ସମୟରେ ଭାରତ ଦେଶର ବିଭିନ୍ନ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ନାରୀ ସଶକ୍ତିକରଣ, ରୋଜଗାରକ୍ଷମ, ଲଘୁ ଉଦ୍ୟୋଗ ଦ୍ବାରା ଆର୍ଥିକ ସ୍ବଜଳ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମିଶନ ଶକ୍ତି ଯୋଜନା ମାଧ୍ୟମରେ ମହିଳା ମାନଙ୍କୁ ଆଗକୁ ନେବା ସହ ପଞ୍ଚାୟତ ଓ ପୈାର ନିର୍ବାଚନରେ ୫୦% ସଂରକ୍ଷଣ ଏବଂ ବିନା ସୁଧରେ ୨୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଥିଲେ।‌ ବର୍ତ୍ତମାନ ବିଜେପି ସରକାର ମହିଳା ମାନଙ୍କୁ ୬ ମାସରେ ୫ ହଜାର ଟଙ୍କା ଲେଖାଏଁ ଦେଉଥିବା ବେଳ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି କରି ୬ ମାସରେ ପ୍ରାୟ ୯ ହଜାର ଟଙ୍କା ଶୋଷଣ କରିବାରେ ଲାଗିଛନ୍ତି।‌ ବର୍ତ୍ତମାନ ସରକାର ସମୟରେ ମହିଳାମାନେ ସୁରକ୍ଷିତ ନାହାନ୍ତି ଏବଂ ଆଗାମୀ ଦିନରେ ବିଜେପି ସରକାର ବିରୁଦ୍ଧରେ ଲଢେଇ ଜୋରଦାର କରାଯିବ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ବି. ଗିତାଞ୍ଜଳି, ମନରୋମା ପୋଲେଇ, ପୈାର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଏ. ସୁଶିଳା ପାତ୍ର, ବିଳାସିନୀ ପାଢି, ଉମାଦେବୀ ବେହେରା, ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ବ୍ଳକ ସଭାପତି ଦୁର୍ଗାମାଧବ ମହାନ୍ତି, ପୈାର ପ୍ରତିନିଧି ପ୍ୟାରୀମୋହନ ପାଢି, ବ୍ଳକ ପ୍ରତିନିଧି ଏ. ସୁଦର୍ଶନ , ଦିଗାମ୍ବର ନାହାକ, କୃଷ୍ଣଚନ୍ଦ୍ର ନାହାକ, ପୈାରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ଚିତ୍ତରଞ୍ଜନ ପାଣିଗ୍ରାହୀ, ବରୁଣ ପୋଲେଇଙ୍କ ସମେତ ବହୁ ମହିଳା, ଛାତ୍ର, ଯୁବ ବିଜେଡି କର୍ମୀଙ୍କ ସମେତ ୫ ଶହରୁ ଊର୍ଦ୍ଧ୍ବ ମହିଳା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ