ହିନ୍ଦୁ ଜାଗରଣ ମଂଚ ତରଫରୁ ଉପଜିଲ୍ଲାପାଳଙ୍କ ଦ୍ୱାରା ରାଜ୍ୟପାଳଙ୍କୁ ଦାବିପତ୍ର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଉତ୍କଳର ପରିଚୟ ଜଗନ୍ନାଥ । ଜଗନ୍ନାଥ ସଂସ୍କୃତି, କଳା, ଭାସ୍କର୍ଯ୍ୟ, ମହିମା ସାରା ବିଶ୍ୱରେ ଅନନ୍ୟ । ପ୍ରତ୍ୟେକ ଉତ୍କଳୀୟଙ୍କ ପ୍ରାଣ, ହୃଦୟ, ଚେତନାରେ ଜଗନ୍ନାଥ ।ଯାହାକୁ ନେଇ ସବୁ ଓଡ଼ିଆ ଗର୍ବିତ । ପ୍ରତ୍ୟେକ ହିନ୍ଦୁଙ୍କର ଆରାଧ୍ୟ ଦେବତା ।ଚାରିଧାମ ମଧ୍ୟରୁ ପୁରୀ ଜଗନ୍ନାଥ ଧାମ । ଯେଉଁଠାକୁ କବୀର, ଚୈତନ୍ୟ, ସାଧୁ, ସନ୍ଥଙ୍କ ପାଦ ପଡିଛି । ହଜାରେ ବର୍ଷରୁ ଉର୍ଦ୍ଧ୍ବ ଏହି ପୁରାତନ ଐତିହ୍ୟ ସଂପନ୍ନମନ୍ଦିର । ଏହାରୁ ସୁରକ୍ଷା ପ୍ରତ୍ୟେକ ହିନ୍ଦୁଙ୍କୁ ଦାୟିତ୍ଵ । ରାଜ୍ୟ ସରକାର ଜଗନ୍ନାଥ ମନ୍ଦିରକୁ ସାରା ବିଶ୍ବରେ ସାଂସ୍କୃତିକ ପୃଷ୍ଠଭୂମିରେ ପରିଣତ କରିବା ପାଇଁ ଏହାର ଉନ୍ନତିକରଣ କରୁଛନ୍ତି । ପାରିପାର୍ଶ୍ବିକ ଉନ୍ନତି କରଣକୁ ନେଇ ମନ୍ଦିର ଚାରିପାଖରେ ବଡ଼ ବଡ଼ ଭାଈବ୍ରେଟର, ଏକ୍ସକାଭେନ ମେସିନ, ଜେସିବି ଲଗାଇ କୋଳି ଚାଲିଛନ୍ତି ଆର୍କୀଓଲୋଜିକାଲ ସୋସାଇଟି ଅଫ ଇଣ୍ଡିଆ ଏବଂ ଆତ୍ମାର ଗାଇଡ ଲାଇନ କୁ ନେଇ ମନ୍ଦିର ଠାରୁ ୭୫ ମିଟର ଦୂରରେ ଆବଶ୍ୟକୀୟ ଅନୁଯାୟୀ ଖନନ କରିବା କଥା କିନ୍ତୁ ଗାଇଡ ଲାଇନ ନ ମାନି ରାଜ୍ୟ ସରକାର ବେଆଇନ ଖନନ କରୁଥିବା ଯୋଗୁଁ ମନ୍ଦିର ଉପରେ ପ୍ରଭାବ ପଡୁଛି । ମନ୍ଦିର ଫାଟିଲା ଦେଖାଗଲାଣି । ଯାହାକି ବହୁ ପୁରାତନ ଜଗନ୍ନାଥ ମନ୍ଦିରକୁ ବିପଦ ଓ ସୁରକ୍ଷା ପ୍ରତି ପ୍ରଶ୍ନବାଚୀଞ ସୃଷ୍ଟି ହୋଇଛି ? ଏହାର ସୁରକ୍ଷାପାଇଁ ସରକାରଙ୍କୁ ସଚେତନ ଓ ସତର୍କ କରିବା ପାଇଁ ହିନ୍ଦୁ ଜାଗରଣ ମଂଚ, ରାଇରଙ୍ଗପୁର ଶାଖା ତରଫରୁ ବହୁ ସଂଖ୍ୟାରେ ସଦସ୍ୟ‌ମାନେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ । ହିନ୍ଦୁ ଜାଗରଣ ମଂଚ ମନ୍ଦିରର ଉନ୍ନତିକରଣ କୁ ବିରୋଧ କରେନାହିଁ । ମନ୍ଦିରର ବିକାଶ ନାମରେ ଧ୍ବଂସକୁ ଵରଦାସ୍ତ କରିବ ନାହିଁ ବୋଲି ନେତୃବୃନ୍ଦ ବକ୍ତବ୍ୟରେ କହିଥିଲେ । ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମନ୍ଦିରର ସୁରକ୍ଷା ନେଇ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ହିନ୍ଦୁ ଜାଗରଣ ମଂଚ ମୟୂରଭଞ୍ଜ ଜିଲ୍ଲା ସଂଯୋଜକ ଜ୍ୟୋତି ରଂଜନ ବାରିକ ନେତୃତ୍ବ ନେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରାନ୍ତ ସଂଯୋଜକ ପ୍ରଦ୍ୟୁମ୍ନ ଦିଗାର, ବରିଷ୍ଠ ସଦସ୍ୟ ନିଗମାନନ୍ଦ ପଟନାୟକସହ ସଂଯୋଜକ ସପନ କାଳନ୍ଦୀ,,ସହ ସଂଯୋଜକ ଭୀମସେନ ପାତ୍ର , ନିଗମାନନ୍ଦ ପଟନାୟକ, ପ୍ରମୁଖ ଯୋଗଦେଇ ମନ୍ଦିର ସୁରକ୍ଷା ନେଇ ସାଧାରଣ ଲୋକଙ୍କୁ ସଚେତନ କରାଇଥିଲେ । ସମସ୍ତେ ମନ୍ଦିର ସୁରକ୍ଷା ନେଇ ଆଗେଇ ଆସିବାକୁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ