ହେରାପଞ୍ଚମୀ ରେ ବିଭ୍ରାଟ ,ମା ଲକ୍ଷ୍ମୀ ଫେରିଲେ ବିଳମ୍ଭରେ , ଜେଟିପିଙ୍କୁ ମାଡ ଅଭିଯୋଗ
ଚଳିତ ଥର ରାତ୍ର ୧୧ ଟା ସୁଦ୍ଧା ମା ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିସାରିଥିବା ବେଳେ ଚଳିତ ବର୍ଷ ରାତି ପ୍ରାୟ ୧୨ ଟା ୨୦ ମିନିଟରେ ବିଜେ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଡପ ମଣ୍ଡପରେ ଜଣେ ଜିଡିପି ଜଣେ ବାଡଗ୍ରାହିଙ୍କ ସ୍ତ୍ରୀ ଙ୍କୁ ଧକ୍କାଦେଇଥିଲେ ।ଏହା ପରେ ଜେଡିପିଙ୍କୁ ପଚାରିବା ବେଳେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ।ଦୀର୍ଘ ସମୟ ଧରି ବଚସା ଲାଗିରହିଥିବାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପୁଜବିଦ୍ଧି ବିଳମ୍ଭ ହୋଇଥିଲ ।


