‘ହେଲ୍ଥ ଫର ଅଲ୍’ କାର୍ଯ୍ୟକ୍ରମ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ୟୁନିଟ୍-୮ସ୍ଥିତ ଡେଲଟା ଛକଠାରେ ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶା ଆନୁକୂଲ୍ୟରେ ‘ହେଲ୍ଥ ଫର୍ ଅଲ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାମାରୀ କୋଭିଡ୍-୧୯କୁ ପ୍ରତିହିତ କରିବା ପାଇଁ ଲାୟନ୍ସ କ୍ଲବର ସର୍ବଦା ଅଗ୍ରଣୀ ଭୂମିକା ରହିଆସିଛି । ଏହି ପରିପ୍ରେକ୍ଷୀରେ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦାନ କରି ପ୍ରାୟ ୫୦୦ କିଟ୍ ବଣ୍ଟନ କରିଥିଲେ । ଏହି କିଟ୍ରେ ସାନିଟାଇଜର, ମାସ୍କ ଏବଂ ସାବୁନ୍ ଉପସ୍ଥିତ ସମସ୍ତ ଉପଭୋକ୍ତାଙ୍କୁ ବଣ୍ଟନ କରାଯାଇଥିଲା । କ୍ଲବର ସଭାପତି ଲାୟନ ଅଶୋକ ଅଗ୍ରୱାଲା, ସମ୍ପାଦକ ଲାୟନ ତପନ କୁମାର ହରିଚନ୍ଦନ, କୋଷାଧ୍ୟକ୍ଷ ଲାୟନ ଇଂ ଅଶ୍ୱିନୀ ସେନାପତି ଏବଂ ଅନ୍ୟ ସଦସ୍ୟମାନେ ସାମାଜିକ ଦୂରତା ଅବଲମ୍ବନ କରି ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ଲାୟନ କିଶୋର ଚନ୍ଦ୍ର କର, ଲାୟନ ବିଜୟ କେତନ ମିଶ୍ର ଏବଂ ଲାୟନ ପୂର୍ଣ୍ଣିମାରାଣୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ଜନସମୂହ ଲାୟନ୍ସ କ୍ଲବର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ ।


