ପ୍ରାଣକୃଷ୍ଣଙ୍କୁ ସହାୟତାର ହାତ

ହାଟଡିହି,(ଓ୍ବାଇଏନ୍ଏସ୍) : ହାଟଡିହି ବ୍ଲକ ଓରାଳି ଗ୍ରାମର ଗଛରୁ ଖସିପଡି ବର୍ଷେ ହେଲା ବିଛଣାରେ ଶଯ୍ୟାଶାୟୀ ଥିବା ପ୍ରାଣକୃଷ୍ଣଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ । ପାଣକୃଷ୍ଣ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ହୋଇଥିବାବେଳେ ଗତବର୍ଷକ ତଳେ ବାଡିରେ ଗଛ କାଟୁଥିବାବେଳେ ତଳକୁ ଖସିପଡି ତାଙ୍କର ଅଣ୍ଟା ଭାଙ୍ଗି ଯାଇଥିଲା । ସେତେବେଳେ ସେ ଡକ୍ତରଖାନାରେ ରହି ଚିକିତ୍ସିତ ହୋଇଥିଲେ ମଧ୍ୟ ସେ ଭଲ ହୋଇ ନଥିଲେ । ଯାହାଦ୍ୱାରା କି ସେ ସେହି ଦିନଠାରୁ ଘରେ ବିଛଣାରେ ପଡି ରହିଛନ୍ତି । ଅର୍ଥଭାବରୁ ସେ ଅଧିକ ଚିକିତ୍ସା ପାଇଁ କୌଣସି ବଡଡାକ୍ତରଖାନାକୁ ଯାଇ ପାରୁ ନାହାନ୍ତି । ମୁଲ ମଜୁରୀ ଲାଗି ସେ ପାଞ୍ଚ ପରାଣୀ କୁଟୁମ୍ବ ଚଳାଉଥିବାବେଳେ ବିଛଣାରେ ପଡି ରହିବା ଦିନଠାରୁ ପରିବାରଟି ଅସହାୟ ହୋଇ ପଡିଛି । ଖବରପାଇ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ସୁରଶ୍ୱରୀ ସାଗରିକା ଜେନା, ସଭାପତି ଉମାକାନ୍ତ ରାଉତ, ସମ୍ପାଦକ ଅର୍ଜନ ଖଣ୍ଡା ପ୍ରମୁଖ ପ୍ରାଣକୃଷ୍ଣଙ୍କ ନିକଟରେ ପହଞ୍ଚି ୫ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରିବା ସହିତ ଦୁଇମାସ ପାଇଁ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ