ହୋଲି ରଙ୍ଗରେ ଏକାଠି ହେଲେ ତିନି ଦଳର ହେବିୱେଟ ନେତା
କୋରାପୁଟ,(ହେମନ୍ତ ପାଣି ଗ୍ରାହି) : ଚଳିତ ବର୍ଷ ହୋଲି ପର୍ବ କୋରାପୁଟ ଜିଲ୍ଲାରେ ବଡ ଧୁମ୍ ଧାମରେ ପାଳିତ ହୋଇଯାଇଛି। ଗାଁଠୁ ସହର ସମସ୍ତ ଲୋକେ ଅନେକ ପ୍ରକାର ରଙ୍ଗରେ ରଗିନ୍ ହୋଇଛନ୍ତି। ହୋଲି ପର୍ବ ର ରଙ୍ଗ ଖେଳ ରେ ଉଚ୍ଚ ନୀଚ୍ଚ ଭେଦ ଭାବ କୁ ଦୂର କରି ସାଙ୍ଗ ସାଥି ପରିଜନ ସମସ୍ତେ ରଙ୍ଗ ଖେଳ ର ମଜ୍ଜା ନେଇଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ସହରରେ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ଯ ହୋଲି ଖେଳ ଅତି ନିଆରା ଢଙ୍ଗରେ ପାଳିତ ହୋଇଯାଇଛି। ଜୟପୁର ସହର ଏକ ଭାଇଚାରାର ସହର ଯେଉଁଠି କି ସମସ୍ତ ଧର୍ମ ର ଲୋକେ ଦଳ ମତ ନିର୍ବିଶେଷରେ ହୋଲି କୁ ଅତି ଆନନ୍ଦର ସହିତ ଖେଳିଥାନ୍ତି। ଏହି ପରିପ୍ରେକ୍ଷୀରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ନାନା କେ ଷ୍ଟାଇଲ ରେ ହୋଲି ଖେଳି ଜୟପୁର ବାସୀଙ୍କ ମନ କିଣି ନେଇଥିଲେ।ବୁଲେଟ୍ ବାଇକ୍ ରେ ସବାରି ହୋଇ ପ୍ରଥମରେ ବିଜେପି ଶିବିରରେ ପହଞ୍ଚି ବିଜେପି ନେତା ଗୌତମ ସାମନ୍ତରାୟଙ୍କୁ ହୋଲି ରଙ୍ଗ ଲଗାଇ ଅଭିନନ୍ଦନ ଜଣାଇଥିଲେ, ପରେ ସେଠାରୁ ବାହାରି ବିଜେଡ଼ି ଶିବିର ରେ ପହଞ୍ଚି ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ ଙ୍କୁ ହୋଲି ରଙ୍ଗ ଲଗାଇ ତାଙ୍କୁ ମଧ୍ଯ ଅଭିନନ୍ଦନ ଜଣାଇ କଂଗ୍ରେସ କାର୍ଯ୍ୟାଳୟ ନିକଟରେ ପହଁଚି ଥିଲେ। ଦଳୀୟ କାର୍ଯ୍ୟାଳୟ ନିକଟରେ ଜୟପୂର ବାସୀ ଏବଂ ନିଜ ସମର୍ଥକଙ୍କ ସହ ନାଚ, ଗୀତ କରି ହୋଲି ଖେଳର ମଜ୍ଜା ଉଠାଇ ଥିଲେ। ଜୟପୂର ସହରର ଅଗଣିତ ଲୋକଙ୍କୁ ହୋଲି ର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ହୋଲି ଖେଳକୁ ଧୂମଧାମରେ ପାଳନ କରିବାକୁ କହିଥିଲେ। ଆଜି ହୋଲି ରଙ୍ଗ ଖେଳି ସାରିବା ପରେ ସ୍ନାନ କଲାବେଳେ ନଦୀ,ନାଳ ଓ ପୋଖରୀରେ ସତର୍କତା ରହି ସ୍ନାନ କରିବା ପାଇଁ ବିଧାୟକ ତାରା ଜୟପୂର ସହରବାସୀଙ୍କୁ ନିବେଦନ କରିଥିଲେ।ଏଥି ସହିତ ଜୟପୂର ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଏବଂ ଅଗ୍ନୀଶମ ଅଧିକାରୀ ସୁରେଶ କୁମାର ବାରିକ ମଧ୍ୟ ସତର୍କତା ରହି ସ୍ନାନ କରିବା ନିମନ୍ତେ ଅନୁରୋଧ କରିଛନ୍ତି। ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ମଧ୍ୟ ନିଜ ବାସ ଭାବନ ଠାରେ ଦଳୀୟ କର୍ମକର୍ତ୍ତା ଏବଂ ଜୟପୂର ସହରବାସୀଙ୍କ ସହ ହୋଲି ଖେଳି ଜୟପୁର ବାସୀଙ୍କୁ ହୋଲି ର ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।ଜୟପୁର ବିଜେପି ନେତା ଗୌତମ ସାମନ୍ତରାୟ ଅତି ନିଆରା ଢଙ୍ଗରେ ହୋଲି ପର୍ବକୁ ପାଳନ କରିଛନ୍ତି। ସେ କହିଛନ୍ତି ଜୟପୁର ସହର ଏକ ଭାଇଚାରାର ସହର ଯେଉଁଠି କି ସମସ୍ତ ଧର୍ମ ର ଲୋକେ ଦଳ ମତ ନିର୍ବିଶେଷରେ ହୋଲି କୁ ଅତି ଆନନ୍ଦର ସହକାରେ ପାଳନ କରିଛନ୍ତି। ଆଗକୁ ମଧ୍ୟ ଏହି ପରମ୍ପରା ବଜାୟ ରଖିବାକୁ ଜୟପୂର ବାସୀଙ୍କୁ ଜଣାଇଛନ୍ତି। ଆଜି ଏହି ହୋଲି ଉତ୍ସବ ରେ ସମସ୍ତ ବର୍ଗ ର ଲୋକେ ହୋଲି ଖେଳି ଖୁସି ବାଣ୍ଟିଥିଲେ।