ହ୍ୱାଇଟ ହାଉସ ରେ ଜୋ ବାଇଡେନ୍
ନୂଆଦିଲ୍ଲୀ : ଡେମୋକ୍ରାଟ୍ ରାଷ୍ଟ୍ରପତି ପ୍ରାର୍ଥୀ ୭୭ ବର୍ଷ ବୟସ୍କ ଜୋ ବାଇଡେନ୍ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଦ୍ବିତୀୟଥର ପାଇଁ ରିପବ୍ଲିକାନ୍ ଦଳରୁ ପ୍ରାର୍ଥୀ ହୋଇଥିବା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କୁ ସେ ହରାଇଥିବା ଆମେରିକୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ । ପେନ୍ସିଲ୍ଭାନିଆର ଭୋଟ୍ଗଣତି ପରେ ବାଇଡେନ୍ ରାଷ୍ଟ୍ରପତି ହେବା ପାଇଁ କୁହୁକ ସଂଖ୍ୟା ୨୭୦ ଅତିକ୍ରମ କରିଛନ୍ତି । ତାଙ୍କୁ ୨୭୩ ଇଲେକ୍ଟର(ସାଂସଦ)ଙ୍କ ସମର୍ଥନ ମିଳିଛି । ଡୋନାଲ୍ଡ ଟ୍ରମ୍ପ ୨୧୪ ସାଂସଦଙ୍କ ସମର୍ଥନ ହାସଲ କରିଛନ୍ତି । ତେବେ ଏବେ ବି କେତେକ ରାଜ୍ୟରେ ମତଗଣନା ଜାରି ରହିଛି । ରାଷ୍ଟ୍ରପତି ନିର୍ବାଚିତ ହେବାପରେ ବାଇଡେନ୍ ଏଥିପାଇଁ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ପ୍ରତି ଆସ୍ଥାବ୍ୟକ୍ତ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଯେ ଏକାଧିକ ଆକସ୍ମିକ ପ୍ରତିବନ୍ଧକ ପରେ ମଧ୍ୟ ଆମେରିକୀୟ ନାଗରିକ ରେକର୍ଡସଂଖ୍ୟାରେ ମତଦାନ କରିଛନ୍ତି ।


