୨୫ଦିନରେ ପହଞ୍ଚିଲା ମା ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା

ଛତ୍ରପୁର,(ଓ୍ବାଇଏନଏସ)  : ଛତ୍ରପୁର ର ଆରାଧ୍ୟ ଦେବି ମା ରାମାୟଣାମ୍ମା ଙ୍କ ଠାକୁରାଣୀ ଯାତ୍ରା ଲାଗି ଉଠୁଛି ପଡୁଛି ସାରା ସହର l  ଗୁରୁବାର ଯାତ୍ରାର ୨୫ଦିନ ଅବସରରେ   ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ  ସ୍ୱତନ୍ତ୍ର ପୂଜା ସହିତ ମା ଭୋଗ ଗ୍ରହଣ କରିଛନ୍ତି l ରୀତିନୀତି ଅନୁସାରେ ବିଧାୟକ ଶ୍ରୀନାୟକ ଅସ୍ଥାୟୀ ମଣ୍ଡପ ରେ ପହଂଚି ପୂଜାର୍ଚନା କରିବା ସହିତ ମାଙ୍କୁ ନିମନ୍ତ୍ରଣ କରିଥିଲେ  l ପରେ ବିରାଟ ପଟୁଆର ରେ ମା ଅସ୍ଥାୟୀ ମଣ୍ଡପରୁ ବାହାରି ମାଙ୍କ ଘଟ ନଗର ପରିକ୍ରମା କରିଥିଲେ l ଏଥିରେ ଆନ୍ଧ୍ର କାଳୀ, ଖଡ଼କପୂର କାଳୀ ସହ ରାଜ୍ୟ ଏବଂ ରାଜ୍ୟ ବାହାରୁ ୨୫ ଗ୍ରୁପର ବିଭିନ୍ନ କଳାକାର ଏବଂ ୨୦୦ ହନୁମାନ ବେଶଧାରୀମାନେ ବିରାଟ ପାଟୁଆରେ ମାଙ୍କ ସହିତ ସାମିଲ ହୋଇଥିଲେ l ମଧ୍ୟାହ୍ନ ରେ ବିଧାୟକ ଙ୍କ ପକ୍ଷରୁ ୧୦ ହାଜର ରୁ ଅଧିକା ଲୋକ ଙ୍କ ନିମନ୍ତେ ଅନ୍ନ ଭୋଗ ର ଆୟୋଜନ କରାଯାଇଥିଲା l  ସନ୍ଧ୍ୟା ରେ ଅସ୍ଥାୟୀ ମଣ୍ଡପ ରେ ମାଙ୍କ ଆଳତି ଦର୍ଶନ କରିବା ନିମନ୍ତେ ବିଧାୟକ ଙ୍କ ସହ ପ୍ରବଳ ଜନ ସାମଗମ ହୋଇଥିଲା  l    ମା ଙ୍କ ଯାତ୍ରା ଅବସରରେ ଛତ୍ରପୁର ଅନସ୍ଲୋ ଖେଳ ପଡିଆ ଠାରେ ରାମଦୋଳି ଓ ମିନା ବଜାର ଖୋଲାଯାଇଥିବା ବେଳେ ଲୋକେ ଏହାର ମଜା ଉଠାଉଥିବା ଦେଖିବାକୁ ମିଳିଛି l ମା ଙ୍କ ଯାତ୍ରା ପାଇଁ ସାରା ସହର ଚଳ ଚଞ୍ଚଳ ହୋଇପଡିଥିବା ବେଳେ ସହରର ସମସ୍ତ ପ୍ରବେଶ ପଥକୁ ଆଲୋକ ମାଳା ରେ ସୁସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଛି | ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ମୁତୟନ ରହିଛନ୍ତି | ଆସନ୍ତା ୧ ରୁ ୫ ତାରିଖ ପ୍ରଯ୍ୟନ୍ତ ଛତ୍ରପୁର ମହୋତ୍ସବ ଅନୁଷ୍ଠିତ ହେବ ଯାହାକି ଯାତ୍ରା କୁ ଆହୁରି ଆକର୍ଷଣ କରିବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ