ପାଣି ପାଇଁ ମହାସଂଗ୍ରାମ: ପିଏଚଡି କାର୍ଯ୍ୟାଳୟ ଘେରିଲେ ମହିଳା

​ଛତ୍ରପୁର (ଓ୍ବାଇଏନଏସ) : “ପାଣି ଟୋପେ ପାଇଁ ଜୀବନ ବିକଳ, ପ୍ରଶାସନ କିନ୍ତୁ ନିଦାବିଷ୍ଣୁ।” ଏଭଳି ଏକ ଚରମ ଅସନ୍ତୋଷ ପ୍ରକାଶ କରି ଆଜି ଛତ୍ରପୁର ପୌର ପରିଷଦର ୬ ନଂ ୱାର୍ଡର ଭାସ୍କର ରାଓ ପେଟା ସାହି ବାସିନ୍ଦା  ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ କୁ ଘେରାଉ କରିଥିଲେ।  ଦୀର୍ଘ ୫ ଦିନ ଧରି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଉତ୍କ୍ଷିପ୍ତ ସାହି ବାସିନ୍ଦା ଶେଷରେ   ପିଏଚଡି କାର୍ଯ୍ୟାଳୟ ଘେରାଉ କରିଛନ୍ତି। ବିଶେଷ କରି ମହିଳାମାନେ ଏହି ଘେରାଉରେ ସାମିଲ ହୋଇଥିଲେ। ସେମାନଙ୍କ କହିବା କଥା ହେଲା ସାହିକୁ ଆଜିକୁ ୫ ଦିନ ହେଲା ପାଣି ଆସୁନାହିଁ ଯାହାଫଳରେ ପାଣି ଟୋପେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଂଚଳବାସୀ । ଶେଷରେ ଆଜି ବହୁ ମହିଳା ମାନେ ବାଧ୍ୟ୍ୟ ହୋଇ ଆନ୍ଦୋଳନ ପନ୍ଥା ଗ୍ରହଣ କରିଥିଲେ । ବିଭାଗୀୟ ଅଧିକାରୀଙ୍କ ବିରୋଧରେ ତୀବ୍ର ନାରାବାଜି କରିବା ସହ ଅଫିସର ମୁଖ୍ୟ ଫାଟକ ସମ୍ମୁଖରେ ହୋ ହାଲ୍ଲା କରିଥିଲେ।   “ପାଇପ୍ ଅଛି, ପାଣି ନାହିଁ” ।ସାହିକୁ ବୁନ୍ଦାଏ ହେଲେ ବି ପାନୀୟ ଜଳ ମିଳୁନାହିଁ। “ଆମକୁ ପାଣି ଦିଅ, ନହେଲେ ଚଉକି ଛାଡ଼”, ବିଭାଗୀୟ ମନମୁଖୀ କାର୍ଯ୍ୟ ଚଳିବ ନାହିଁ” ବୋଲି କହିଥିଲେ। ଘଟଣାର ଖବର ପାଇ ବିଭାଗୀୟ ଅଧିକାରୀ ପହଂଚି ଆନ୍ଦୋଳନକାରୀ ଙ୍କୁ ବୁଝାଇଥିଲେ । ପାଣି ମିଳିବ  ପ୍ରତିଶ୍ରୁତି  ମିଳିବା ପରେ  ଆନ୍ଦୋଳନ ଥମିଥିଲା। ଆସନ୍ତାକାଲି ସୁଦ୍ଧା ସାହିକୁ ସ୍ୱାଭାବିକ ଭାବେ ପାଣି ଯୋଗାଇ ଦିଆଯିବ ବୋଲି ସେ ଦୃଢ଼ ପ୍ରତିଶ୍ରୁତି ଦେବା ପରେ ଯାଇ ଧାରଣା ପ୍ରତ୍ୟାହୃତ ହୋଇଥିଲା। ତେବେ ପ୍ରତିଶ୍ରୁତି ରକ୍ଷା ନହେଲେ ଆନ୍ଦୋଳନ ଆହୁରି ଭୟାବହ ହେବ ବୋଲି ସାହି ବାସିନ୍ଦା ମାନେ ଚେତାବନୀ ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ