ୟୁଥମାସ ସେବା ସଂଘ ପକ୍ଷରୁ ଦିନିକିଆ ହକି ଓ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଛତ୍ରପୁର, (ଦେବଦତ୍ତ ମହାରଣା):ଆସନ୍ତା ୧୩ ତାରିଖରେ ହେବାକୁ ଥିବା ହକି ବିଶ୍ୱ କପ ୨୦୨୩ ର ପ୍ରଚାର ଓ ପ୍ରସାର ପାଇଁ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟୁଥ ମାସ ସେବା ସଂଘ ପକ୍ଷରୁ ଦିନିକିଆ ହକି ଓ କ୍ରକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ର, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ଶଙ୍କର ମିଶ୍ର, ୟୁଥ ମାସ ସେବା ସଂଘର ଅଧ୍ୟକ୍ଷ ବନମାଳି ନେପାକ ,ଉପଦେଷ୍ଟା ତଥା ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ,ରାଇଜିଙ୍ଗ ଷ୍ଟାର ଭଲିବଲ ଟୁର୍ଣ୍ଣାମେଣ୍ଟର ସଭାପତି ପ୍ରକାଶ ଚନ୍ଦ୍ର ସେଠୀ, ସମାଜସେବୀ ଏ. ରାବଣା ରାଓ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଦିଲ୍ଲୀପ ତିର୍କୀ ଟିମ୍‌, ସୁନୀତା ଲାକାରା ଟିମ୍‌, ଆମିତ୍ ରୋହି ଦାଶ ଟିମ୍‌, ରିଲିମା ମିଞ୍ଜ ଟିମ୍ ଓ ମାନପ୍ରିତ ସିଂ ଟିମ ହକି ଖେଳରେ ଅଂଶ ଗ୍ରହଣ କରିଥିବା ବେଳେ ମାଳି ଜଗନ୍ନାଥପୁର ଦଳ ସହ ଛତ୍ରପୁର ଦଳ ମଧ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ୧୨ ତାରିଖ ଦିନ ସନ୍ଧ୍ୟାରେ ଛତ୍ରପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ୟୁଥମାସ ସେବା ସଂଘର ୧୪ ତମ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ୟୁଥମାସ ସେବା ସଂଘ ପକ୍ଷରୁ ସୂଚନା ମିଳିଛି । ସମସ୍ତ କାର୍ଯ୍ୟକ୍ରମକୁ ସଂଘର ସମ୍ପାଦକ ସୟଦ ମୁକ୍ତାର ପରିଚାଳନା କରିଥିବା ବେଳେ ପିଟର ସୋରେନ୍‌, ସନ୍ତୋଷ କୁମାର ଗୌଡ ଓ ମନୋଜ କୁମାର ସ୍ୱାଇଁ କୋଚ୍ ଭାବେ ଦାୟିତ୍ୱ ତୁଲାଇଥିଲେ । ସଂଘର ଉପଦେଷ୍ଟା ରାଜେଶ କୁମାର ସାହୁ, ଯୁଗ୍ମ ସମ୍ପାଦକ ତ୍ରିଲୋଚନ ବେହେରା, ଗୋପାଳ ସ୍ୱାମୀ ଓ ମୁନା ଗୌଡଙ୍କ ସମେତ ବହୁ ସଦସ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ