ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆର ହିତାଧିକାରୀଙ୍କ ବିଭିନ୍ନ ସମସ୍ୟା ନେଇ ବ୍ୟାଙ୍କ ପରିଚାଳଙ୍କୁ ଦାବି ପତ୍ର

ସାନଖେମୁଣ୍ଡି , (ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡିବ୍ଲକ ଅନ୍ତର୍ଗତ ପୋଡାମାରୀ ଗ୍ରାମପାୟତରେରହିଥିବା ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟା ଲାଗି ରହିଛି ବ୍ୟାଙ୍କ ରେ ହିତାଧିକାରୀ ଙ୍କୁ ସରକାରୀ ସୁବିଧା ରୁ ବଂଚିତ ହେଉଛନ୍ତିଏ ନେଇ ବ୍ୟାଙ୍କ ମୁଖ୍ୟ ପରିଚାଳକଙ୍କୁ ଭେଟିଛନ୍ତି ଗ୍ରାମବାସୀ ଏହି ବ୍ୟାଙ୍କ ଉପରେ ପାଖାପାଖି ବାର ଗୋଟି ଗ୍ରାମର ଗ୍ରାହକ ବ୍ୟାଙ୍କ ସେବା ପାଇବା ପାଇଁ ନିର୍ଭର କରି ଆସୁଛନ୍ତି । ଏଥିସହ ପ୍ରତ୍ୟେକ ଦିନ ଏହି ବ୍ୟାଙ୍କ ସହ ୫ ହଜାର ଗ୍ରାହକ ସେବା ପାଇବା ଆଶାରେ ଟଙ୍କା ଜମା ଓ ଉଠାଣ କରିଥାନ୍ତି । କିନ୍ତୁ ଦୀର୍ଘ ଛଅମାସ ଧରି ପ୍ରିଣ୍ଟ ମେସିନ , ଏଟିଏମ୍ ମେସିନ ଅଚଳ ଅବସ୍ଥାରେ ପଡ଼ିରହିଛି । ଯାହାଫଳରେ ଗ୍ରାହକ ମାନେ ବ୍ୟାଙ୍କ ଆସି ମୌଳିକ ସୁବିଧାରୁ ବଞ୍ଚିତ ହେବା ସହ ସେବା ନପାଇ ନିରାଶରେ ଫେରୁଥିବା ନେଇ ଗ୍ରାମବାସୀ ଙ୍କ ସହ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁଦାବିପତ୍ରରେ ଅଭିଯୋଗ କରିଛନ୍ତି । ତେବେ ଆଗାମୀ ଦିନରେ ଏହି ସମସ୍ୟାର କୈାଣସି ସମାଧାନ ବ୍ୟାଙ୍କ କତ୍ତୃପକ୍ଷ ନକରନ୍ତି ତେବେ ଚଳିତ ଅଗଷ୍ଟ ୧୬ ତାରିଖ ଦିନ ବ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଦେବାପାଇଁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଚାରିଟେବୁଲ ଟ୍ରଷ୍ଟ ର ସଭାପତି ସଞ୍ଜୟ କୁମାର ବିଶୋଇ ,ବୁଦ୍ଧି ଜୀବି ସମ୍ପାଦକ ଇନ୍ଦ୍ର ପ୍ରଧାନ ଅଞ୍ଚଳବାସୀ ବ୍ୟାଙ୍କ ରେ ପହଁଚି ଶାଖା ପରିଚାଳକ ଙ୍କୁ ନିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ ଏ ନେଇ ଶାଖା ପରିଚାଳ ଉଚ୍ଚ କତ୍ତୃପକ୍ଷ ଙ୍କୁ ଅବଗତ କରାଇବା ସହ ବିହିତ ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ