” ଅରୁଣା ” ପକ୍ଷରୁ ଅନାଥ ଶିଶୁଙ୍କୁ ରାସନ ବାସ୍କେଟ ପ୍ରଦାନ

ପୋଲସରା, (ଅନିଲ ମହାରଣା): ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ “ଅରୁଣା” ପକ୍ଷରୁ ପୋଲସରା ବ୍ଲକର ସମିତି ସଭା ଗୃହରେ ଅଗଷ୍ଟ ୧୦ ତାରିଖ ଦିନ କୋଭିଡ ସଂକ୍ରମଣରେ ଘରର ମୁରବି ମୃତ୍ୟୁ ବରଣ କରିଥିବା ଶିଶୁମାନଙ୍କୁ ରାସନ ବାସ୍କେଟ କିଟ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାସନ ବାସ୍କେଟ କିଟ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ, ସିଡିପିଓ କୁନ୍ତଳା କୁମାରୀ ନାୟକ, ସ୍ବେଚ୍ଛାସେବୀ ସଂଗଠନ ଅରୁଣା ର ସମ୍ପାଦିକା ସୌଦାମିନୀ ରଥ ମଞ୍ଚାସୀନ ଥିବାବେଳେ ଜୋନାଲ ସୁପ୍ରଭାଇଜର ବାଳକୃଷ୍ଣ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଯେଉଁ ଶିଶୁମାନଙ୍କ ବାପା, ମାଆ କୋଭିଡ ସଂକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି ସେହି ଅନାଥ ଶିଶୁମାନଙ୍କ ପାଇଁ “ଅରୁଣା” ସଂଗଠନ ଦେବଦୂତ ସଦୃଶ୍ୟ ସହାୟତାର ହାତ ବଢ଼ାଇଛନ୍ତି। ପ୍ରତ୍ୟେକ ରାସନ ବାସ୍କେଟ କିଟ ରେ ଡାଲି ୩ କିଲୋ, ତେଲ ୩ ଲିଟର, ଚିନି ୩ କିଲୋ, ଚୁଡା ୩ କିଲୋ, ସୁଜି ୨ କିଲୋ, ସୋୟବଡ଼ି, ଲୁଣ ୨ କିଲେ, ଅମୁଲ କ୍ଷୀର ଗୁଣ୍ଡ ୧ କିଲୋ, ବିସ୍କୁଟ ୧୦ ପକେଟ, ସାବୁନ ୧୦ ଗୋଟି ଓ ଅନ୍ୟ ମସଲା ସାମଗ୍ରୀ ପ୍ରଭୃତି ରହିଥିବା ଜଣାପଡିଛି। ଅରୁଣା ପକ୍ଷରୁ ଅସହାୟ ଶିଶୁଙ୍କୁ ସହାୟତା ର ହାତ ବଢ଼ାଇ ଥିବା ଯୋଗୁଁ ବୁଦ୍ଧିଜୀବୀ ବୃନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି। ସଂଗଠନର କର୍ମୀବୃନ୍ଦ ଏହାର ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ