୧୦ ଟି ପରୀକ୍ଷା କେନ୍ଦ୍ର ପାଇଁ ଦାୟିତ୍ୱ ବଣ୍ଟନ

ବୁଗୁଡା,(ଅନିଲ କୁମାର ମହାରଣା): ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାକୁ ସ୍ୱଚ୍ଛ ଓ କପିମୁକ୍ତ କରିବା ନିମନ୍ତେ ସମସ୍ତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତି ଚାଲିଛି । କପି ରୋକିବା ସହ କିଭଳି ଭାବରେ ସୁରକ୍ଷିତ ଭାବରେ ବିଦ୍ୟାର୍ଥୀ ମାନେ ପରୀକ୍ଷା ଦେଇପାରିବେ ସେ ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ବୁଗୁଡା ବ୍ଲକ ଅଧିନ ଦଶଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ହୋଇଥିବା ବେଳେ କପି ରୋକିବା ନିମନ୍ତେ ବୁଗୁଡା ଗୋଷ୍ଠି ଶିକ୍ଷା ଅଧିକାରୀ ରସାନନ୍ଦ କର କାର୍ଯ୍ୟାଳୟ ଦ୍ୱାରା ସୁରକ୍ଷିତ ନିୟମ ପାଳନ ନିମନ୍ତେ ସୁପରିଟେଣ୍ଡେ ଓ ଡେପୁଟି ସୁପରିଟେଣ୍ଡ ଓ ପରୀକ୍ଷା ନିରିକ୍ଷକ ବୃନ୍ଦଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ଜଣାପଡିଛି । ପରୀକ୍ଷା ନିରୀକ୍ଷକମାନଙ୍କୁ ମିଶାଇ ବି.କରଡ଼ାବାଡି କେନ୍ଦ୍ରରେ ୧୬ ଜଣ, ବାଲିପଦର କେନ୍ଦ୍ରରେ ୨୪ ଜଣ, ପୋଚାଲୁଣ୍ଡି କେନ୍ଦ୍ରରେ ୧୪ ଜଣ,ବୁଗୁଡା ପିପୁଲସ ହାଇ ସ୍କୁଲ କେନ୍ଦ୍ରରେ ୩୪ ଜଣ,ବୁଗୁଡା ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରର ୧୫ ଜଣ, ବୁଗୁଡା ବୁଦ୍ଧଗିରି ବିଦ୍ୟାପୀଠ କେନ୍ଦ୍ରରେ ୧୬ ଜଣ,ମାଣିତରା କେନ୍ଦ୍ରରେ ୧୩ ଜଣ,ପଙ୍କଳବାଡି କେନ୍ଦ୍ରରେ ୧୫ ଜଣ, ତାଳସାକର କେନ୍ଦ୍ରରେ ୨୧ ଜଣ, ଓ କରଚୁଲି କେନ୍ଦ୍ରରେ ୧୧ ଜଣ,ଏହିପରି ମୋଟ ୧୭୯ ଜଣ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ନିଯୁକ୍ତି ପାଇଥିବା କର୍ମଚାରୀ ବୃନ୍ଦ ଫେବୃୟାରୀ ୧୭ ତାରିଖ ଅପରାହ୍ନରେ ନିଜ ନିଜ ସ୍କୁଲରୁ ରିଲିଭି ହୋଇ ୧୮ ତାରିଖ ସକାଳ ୮.୩୦ ରେ ପରୀକ୍ଷା କେନ୍ଦ୍ରରେ ଯୋଗଦେବେ। ଯେଉଁ ଦିନ ପରୀକ୍ଷା ନାହିଁ ସେହି ଦିନ ନିଜର ସ୍କୁଲରେ ଶିକ୍ଷାଦାନ କରିବେ। ବୁଗୁଡା ପିପୁଲସ ହାଇ ସ୍କୁଲକୁ ହବ ଓ ନୋଡାଲ ସେଣ୍ଟର ଭାବେ ଧାର୍ଯ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ