୧୧୮ ବର୍ଷ ଧରି ଜଳୁଛି ବିଦ୍ୟୁତ୍ ବଲ୍‌ବ

ଗୋଟିଏ ବିଦ୍ୟୁତ୍ ବଲ୍‌ବର ଆୟୁଷ କେତେ ହୋଇପାରେ? ବର୍ଷେ, ଦୁଇ ବର୍ଷ, ପାଞ୍ଚ ବର୍ଷ; ଆଉ କିଛି ବର୍ଷ ବି ଅଧିକ ହୋଇପାରେ । କିନ୍ତୁ ଶହେ ବର୍ଷରୁ ଅଧିକ ସମୟ ଧରି ବଲ୍‌ବଟିଏ କ୍ରମାଗତ ଜଳିବା, ନିଶ୍ଚିତ ଭାବେ ସମସ୍ତଙ୍କୁ ବିସ୍ମିତ କରିବ । ଏମିତି ବଲ୍‌ବଟିଏ ଗଲା ୧୧୮ ବର୍ଷ ଧରି ଜଳିଆସୁଛି । ଏହା ସେଣ୍ଟେନିଆଲ୍ ଲାଇଟ୍ ବଲ୍‌ବ ଭାବେ ପରିଚିତ । ଦୁନିଆର ସବୁଠାରୁ ପୁରୁଣା ଓ ଦୀର୍ଘ ସମୟ ଧରି ଜଳୁଥିବା ବିଦ୍ୟୁତ୍ ବଲ୍‌ବ ଭାବେ ଏହା ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନିତ ହୋଇଛିୟ । ବଲ୍‌ବଟି ରହିଛି ଆମେରିକାର କାଲିଫର୍ନିଆ ଅନ୍ତର୍ଗତ ଲିଭର୍ମର ଅଗ୍ନିଶମ କାର୍ଯ୍ୟାଳୟରେ । ଦେଖିବାକୁ ବର୍ତ୍ତମାନର ବିଦ୍ୟୁତ୍ ବଲ୍‌ବ ଭଳି । କିନ୍ତୁ ଏହାର ନିର୍ମାଣ ଢାଞ୍ଚା ସାମାନ୍ୟ ଭିନ୍ନ । କାରଣ ଏହା ୧୮୯୦ରେ ତିଆରି ହୋଇଥିଲା । ସେଲବାୟ ବିଦ୍ୟୁତ୍ କମ୍ପାନୀ ଦ୍ୱାରା ନିର୍ମିତ ଏହି ବଲ୍‌ବଟି ୩୦ ୱାଟ୍ ବିଶିଷ୍ଟ । କମ୍ପାନୀର ମାଲିକ ଏହି ଅଗ୍ନିଶମ କାର୍ଯ୍ୟାଳୟକୁ ବଲ୍‌ବଟି ଦାନ କରିଥିଲେ ଏବଂ ୧୯୦୧ରେ ବଲ୍‌ବ ଜଳିବା ଆରମ୍ଭ କରିଥିଲା । ୧୯୦୩ରେ ଅଗ୍ନିଶମ ବିଭାଗର ନୂଆ କାର୍ଯ୍ୟାଳୟକୁ ବଲ୍‌ବଟି ସ୍ଥାନାନ୍ତରିତ ହେବା ସମୟରେ ମାତ୍ର କିଛି ଘଣ୍ଟା ପାଇଁ ବନ୍ଦ ରହିଥିଲା । ତେବେ ୨୦୧୩ ମେ ମାସରେ ବଲ୍‌ବଟି ହଠାତ୍ ଜଳି ନଥିଲା । ସମସ୍ତଙ୍କ ଧାରଣା ହେଲା ବୋଧହୁଏ ବଲ୍‌ବଟି ଫ୍ୟୁଜ୍ ହୋଇଗଲା । କିନ୍ତୁ ଇଲେକ୍‌ଟ୍ରିସିଆନ୍‌ଙ୍କ ଦ୍ୱାରା ଯାଞ୍ଚ ପରେ ଜଣାପଡ଼ିଲା ଯେ ବିଦ୍ୟୁତ୍ ତାର ଖରାପ । ତାର ବଦଳାଯାଇଥିଲା ଏବଂ ସେହି ଦିନଠାରୁ ବଲ୍‌ବଟି ଲିଭିନାହିଁ । ଏହି ଅଲିଭା ବିଜୁଳି ବତୀ ଦେଖିବା ଲାଗି ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ