ଦୂରକରନ୍ତୁ ମାନସିକ ଚାପ
ଆଜିର ଦୁନିଆରେ ପ୍ରତ୍ୟେକ ଲୋକ କାମ, ସଫଳତା, ପଦ ଓ ଅର୍ଥ ପଛରେ ଦୌଡ଼ୁଛନ୍ତି । ସମ୍ପର୍କରେ ମଧ୍ୟ ଆଗ ପରି ମଧୁରତା ନାହିଁ । ଲୋକମାନେ ଆତ୍ମକୈନ୍ଦ୍ରିକ ହୋଇଗଲେଣି । ଯାହା ଦ୍ୱାରା ଏକୁଟିଆ ଅନୁଭବ କରୁଛନ୍ତି । ଖାଇବା ପିଇବାର ଅଭ୍ୟାସ ମଧ୍ୟ ବଦଳିଗଲାଣି । ଶୋଇବାର ସମୟ ମଧ୍ୟ ପରିବର୍ତ୍ତନ ହୋଇଛି । ଏହି ସବୁ କାରଣ ପାଇଁ ମସ୍ତିଷ୍କରେ ଚାପ ରହୁଛି । ଏହା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଛି । ଏହି ସବୁ କାରଣ ପାଇଁ ମସ୍ତିଷ୍କରେ ଚାପ ରହୁଛି । ଏହା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଛି । ପୂରା ବିଶ୍ୱରେ ଅବସାଦ ଓ ମାନସିକ ରୋଗ ଲଗାତର ବଢ଼ିବାରେ ଲାଗୁଛି । ଅନ୍ୱେଷଣରୁ ଜଣାପଡ଼ିଛି ଆମ ଦେଶରେ ୨୦-୨୫ ପ୍ରତିଶତ ଯୁବତୀ/ଯୁବକ ଡିପ୍ରେସନର ଶିକାର ହେଉଛନ୍ତି ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ସୁସ୍ଥ ଜୀବନଶୈଳୀକୁ ଅନୁସରଣ କରନ୍ତୁ । ବ୍ୟାୟାମ, ପୋଷାକ, ଭୋଜନ ପ୍ରତି ଦୃଷ୍ଟିଦିଅନ୍ତୁ । ପର୍ଯ୍ୟାପ୍ତ ପରିମାଣରେ ଶୁଅନ୍ତୁ । ନିଜର କ୍ଷମତାଠାରୁ ଅଧକ କାର୍ଯ୍ୟ କରନ୍ତୁ ନାହିଁ ଓ ନିୟମିତ ଭାବରେ ଅବସର ସମୟକୁ ନିର୍ଣ୍ଣୟ କରନ୍ତୁ । ମୋବାଇଲ ସହିତ କମ୍ ସମୟ କଟାନ୍ତୁ । ସାମାଜିକସ୍ତରରେ ସକ୍ରିୟ ରୁହନ୍ତୁ । ମାନସିକ ଶାନ୍ତି ପାଇଁ ଧ୍ୟାନ କରନ୍ତୁ । ନିଶା ଦ୍ରବ୍ୟ ସେବନଠାରୁ ଯଥାସମ୍ଭବ ଦୂରରେ ରୁହନ୍ତୁ ।


