୧୪ ଆଇଏଏସଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ୱ
ଭୁବନେଶ୍ୱର, (ୱାଇଏନ୍ଏସ୍): ଓଡ଼ିଶାରେ କରୋନା ସଂକ୍ରମଣ ମାମଲା ବଢିଚାଲିଥିବାରୁ ରାଜ୍ୟ ସରକାର ୧୪ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ପାଇଁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ ପ୍ରଦାନ କରିଛନ୍ତି ।ଅନୁ ଗର୍ଗ ଓ ଏନ. ଥିରୁମଲା ନାୟକଙ୍କୁ ଭୁବନେଶ୍ବର ସହର ଦାୟିତ୍ବ ଦିଆଯାଇଥିବାବେଳେ ମଧୁସୁଦନ ପାଢୀଙ୍କୁ ବାଲେଶ୍ବର ଓ ଭଦ୍ରକ, ସତ୍ୟବ୍ରତ ସାହୁ ଓ ବେଣୁଧର ବେହେରାଙ୍କୁ ବଲାଙ୍ଗୀର, ବରଗଡ଼ ଓ ନୂଆପଡ଼ା ଦାୟିତ୍ବ ଦିଆଯାଇଛି । ନିକୁଞ୍ଜ ବିହାରୀ ଧଳଙ୍କୁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା, ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୁଷ୍ଟିଙ୍କୁ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା, ଜି. ମାଥିଭଥାନନଙ୍କୁ ଗଞ୍ଜାମ ଓ ଗଜପତି ଜିଲ୍ଲା, ହେମନ୍ତ ଶର୍ମା ଓ ଡ. ସୁରେଶ ଚନ୍ଦ୍ର ଦଳାଇଙ୍କୁ ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ବ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ବିଷ୍ଣପଦ ସେଠୀ, ଗୋପବନ୍ଧୁ ସତପଥୀଙ୍କୁ ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲା ଦାୟିତ୍ବ ଦିଆଯାଇଥିବାବେଳେ ଚିତ୍ରା ଅରୁମୁଗମଙ୍କୁ ସମ୍ବଲପୁର ଓ ସୋନପୁର ଜିଲ୍ଲା, ଶାଶ୍ବତ ମିଶ୍ର ଓ ବିଷ୍ଣ ପ୍ରସାଦ ମିଶ୍ରଙ୍କୁ କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା, ଭି.ଭି. ଯାଦବ ଓ ରସିଦ ଖାଁଙ୍କୁ କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା, ତାମଜେନଓ୍ବାପଙ୍ଗ ଓଙ୍କୁ ଗଜପତି ଜିଲ୍ଲା, ଅନୀଲ କୁମାର ସାମଲଙ୍କୁ କଟକ ସହର, କଟକ ଗ୍ରାମାଞ୍ଚଳ, ନୟାଗଡ଼, ପୁରୀ ଓ ଖୋର୍ଦ୍ଧା ଗ୍ରାମାଞ୍ଚଳ, ସୁଶାନ୍ତ ମହାପାତ୍ରଙ୍କୁ କଟକ ସହର ଓ କଟକ ଗ୍ରାମାଞ୍ଚଳ ଦାୟିତ୍ବ ଦିଆଯାଇଛି ।