୧୪ ଜୁଆଡ଼ି ଗିରଫ; ୪୪ ହଜାର ୮୨୦ ଟଙ୍କା ଜବତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ଥାନା ପକ୍ଷରୁ ଶୁକ୍ରବାର ବିଳମ୍ବିତ ରାତିରେ ପୃଥକ ପୃଥକ ସ୍ଥାନରେ ଜୁଆ ଆଡ୍ଡା ଚଢାଉ କରାଯାଇ ୧୪ ଜଣ ଜୁଆଡ଼ିଙ୍କୁ ଗିରଫ କରାଯିବା ସହ ୪୪ ହଜାର ୮୨୦ ଟଙ୍କା ଜବତ କରାଯାଇଛି । ଏ ନେଇ ହିଞ୍ଜିଳି ଥାନାରେ ୩୮୭ ଓ ୩୯୦/୨୦ରେ ୨ଟି ମାମଲା ରୁଜୁ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । ପ୍ରକାଶ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ଥାନା ଶାସନ ଆମ୍ବଗାଁ ଓ ଶ୍ରଦ୍ଧାପୁର ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଥିଲା । ଶାସନ ଆମ୍ବଗାଁ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡାରୁ ୮ ଜୁଆଡ଼ିଙ୍କ ସମେତ ୨୮ ହଜାର ୫୧୦ ଟଙ୍କା ଓ ଶ୍ରଦ୍ଧାପୁର ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡାରୁ ୧୬ ହଜାର ୩୧୦ ଟଙ୍କା ସମେତ ୬ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ