୧୯ନଂ ଜୋନ ଜିଲ୍ଲାପରିଷଦ ପାଇଁ ବିଜୁଜନତା ଦଳର ପ୍ରାର୍ଥୀ ର ନାମ ଘୋଷଣା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଆସନ୍ତା ୨୭ତାରିଖରେ ହେବାକୁ ଥିବା ଛତ୍ରପୁର ବ୍ଲକ ଜୋନ ନଂ ୧୯ଜିଲ୍ଲାପରିଷଦ ସଭ୍ୟ ଉପନିର୍ବାଚନ ପାଇଁ ଏହି ପଦବୀ ନିମନ୍ତେ ଆଜି ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ସେ ହେଉଛନ୍ତି ୧୯ନଂ ଜୋନ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଂଚାୟତର ସିନ୍ଦିରାପଲ୍ଲୀ ଗ୍ରାମର ପ୍ରମୋଦ ପ୍ରଧାନ । ଏଥିନିମନ୍ତେ ବିଜୁ ଜନତା ଦଳ ର ବିଭିନ୍ନ ପଂଚାୟତର ୪ଜଣ ପ୍ରାର୍ଥୀ ଆବେଦନ ପତ୍ର ଗତ ୨୮ତାରିଖ ଦିନ ପ୍ରଦାନ କରିଥିଲେ । ସେମାନେ ହେଲେ ସୁନ୍ଦରପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ଯୁବ ଆଇନଜିବୀ ସଂଜୟ କୁମାର ବେହେରା, ଶ୍ରୀରାମ ଚନ୍ଦ୍ରପୁର ଗ୍ରାମ ପଂଚାୟତର କାଳିଆବାଲି ଗ୍ରାମର ସବିତା ସେଠୀ ଓ ନାରାୟଣପୁର ଗ୍ରାମର ଦେବରାଜ ପ୍ରଧାନ ଏବଂ ଚମାଖଣ୍ଡି ଗ୍ରାମ ପଂଚାୟତର ସିନ୍ଦିରାପଲ୍ଲୀ ଗ୍ରାମର ପ୍ରମୋଦ ପ୍ରଧାନ । ଏହି ଆବେଦନ ପତ୍ର ଗୁଡିକ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଯାଇଥିଲ।। ଆଜି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ସୁପ୍ରିମୋଙ୍କ ମୋହର ବାଜିଥିବା ନାମ ଲଫାପା ଭିତରେ ଧରି ଆଣିଥିଲେ । ଏହିପରିପ୍ରେକ୍ଷୀରେ ଶୁକ୍ରବାର ଦିନ ଛତ୍ରପୁର ସ୍ଥିତ ବିଧାୟକଙ୍କ ନିଜସ୍ୱ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସାଂସଦ ଶ୍ରୀ ସାହୁ ୧୯ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ପଦବୀ ନିମନ୍ତେ ସିନ୍ଦିରାପଲ୍ଲୀ ଗ୍ରାମର ପ୍ରମୋଦ ପ୍ରଧାନଙ୍କ ନାମ ଘୋଷଣା କରିଥିଲେ । ପ୍ରମୋଦ ଶନିବାର ଦିନ ଛତ୍ରପୁର ଉପଜିଲ୍ଲାପାଳଙ୍କ ଠାରେ ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି ଛତ୍ରପୁର ବିଧାୟକ ବେହେରା ସୂଚନା ଦେଇଛନ୍ତି । ବିଜେପୁର ଉପନିର୍ବାଚନରେ ଯେପରି ବହୁ ଭୋଟ ବ୍ୟବଧାନରେ ବିଜେଡି ବିଧାୟିକା ପ୍ରାଥୀ ବିଜୟୀ ହାସଲ କରି ଇତିହାସ ସୃଷ୍ଟି କରିଛି । ସେହିପରି ଜୋନ ନଂ ୧୯ ଜିଲ୍ଲାପରିଷଦ ସଭ୍ୟ ଉପନିର୍ବାଚନ ରେ ବିଜେଡି ପ୍ରାର୍ଥୀ ବହୁ ଭୋଟ ବ୍ୟବଧାନରେ ବିଜୟୀ ହାସଲ କରିବ ବୋଲି ସାଂସଦ ଶ୍ରୀ ସାହୁ ମତପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ସାଂସଦ ଶ୍ରୀସାହୁ, ଛତ୍ରପୁର ବିଧାୟକ ଶ୍ରୀ ବେହେରା, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଜଂୟ ରେଡ୍ଡୀ, ବିଜେଡି ଜିଲ୍ଲା ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା, ପୂର୍ବତନ କାଉନସିଲର ଟି.ଚନ୍ଦ୍ର ଶେଖର ରାଓ, ଯୁବନେତା ଅହିଭୂଷଣ ସାହୁ, ପୂର୍ବତନ ସରପଂଚ ସୋମନାଥ ବେହେରା, କାଳିଆ ନାହାକ , ବିଜୟ ପଣ୍ଡା, ଶହଦେବ ସାହୁ, ସନ୍ତୋଷ ରେଡ୍ଡୀ, ଡିଲ୍ଲୀ ରେଡ୍ଟୀ, ଏନ୍‌.କାମରାଜୁ ରେଡ୍ଡୀ , ଭଗବାନ ନାହାକ, ଛତ୍ରପୁର ବ୍ଲକ ବିଜେଡି ସଭାପତି ସପନେଶ୍ୱର ନାହାକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।ସୂଚନା ଯୋଗ୍ୟ ଯେ ଉପନିର୍ବାଚନ ନିମନ୍ତେ ନଭେମ୍ବର ୨୭ତାରିଖ ଭୋଟ ଗ୍ରହଣ ହେବାକୁ ତାରିଖ ଧାର୍ଯ୍ୟ ରହିଥିବା ବେଳେ ଏଥି ନିମନ୍ତେ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ଅକ୍ଟୋବର ୩୧ ତାରିଖ ଠାରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିନ ୧୧ରୁ ୩ଟା ଫର୍ଯ୍ୟନ୍ତ ସମୟ ରହିଛି । ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ନଭେମ୍ବର ୪ତାରିଖରେ ପ୍ରାର୍ଥୀ ପତ୍ର ଯାଂଚ ହେବା ସହ ୭ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ସହ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହି ଆସନ ଅନୁସୂଚିତ ଜନାୟି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ୧୯ନଂ ଜୋନ ବ୍ଲକର ୬ଟି ପଂଚାୟତ ଚମାଖଣ୍ଡି, ଲକ୍ଷ୍ମୀପୁର, ଶ୍ରୀରାମଚନ୍ଦ୍ରପୁର , ସୁନ୍ଦରପୁର ଓ ଟାଙ୍ଗଣାପଲ୍ଲୀ ଗ୍ରାମ ପଂଚାୟତ କୁ ନେଇ ଗଠିତ । ପୂର୍ବରୁ ସୁବାସ ଚନ୍ଦ୍ରବେହେରା ଏଠାରୁ ସଭ୍ୟ ଭାବେ ନିର୍ବାଚିତ ହୋଇ ଜିଲ୍ଲାପରିଷଦ ଅଧ୍ୟକ୍ଷ ହୋଇଥିଲେ । ସେ ଛତ୍ରପୁରର ବିଧାୟକ ନିର୍ବାଚନ ହେବା ପରେ ଏହି ପଦରୁ ଇସ୍ତପା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ