୧୯୮୧ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ ଉତ୍ସବରେ ଶିକ୍ଷାଦାତା ଗୁରୁ ସମ୍ନର୍ଦ୍ଧିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ୧୯୮୧ମସିହା ମାଟ୍ରିକ ବ୍ୟାଚ ଛାତ୍ରମାନଙ୍କ ବାର୍ଷିକ ବନ୍ଧୁମିଳନ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୁରାତନ ଛାତ୍ର ସାମ୍ବାଦିକ ସଚ୍ଚିଦାନନ୍ଦ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଯୋଗଦେଇ ପୁରାତନ ଛାତ୍ରମାନଙ୍କ ବିଦ୍ୟାଳୟ ପ୍ରତି ଥିବା ଆବେଗିକ ସମ୍ପର୍କ ଉପରେ ଆଲୋକପାତ କରିବା ସହିତ ଶିକ୍ଷକମାନଙ୍କ ପ୍ରତି ତାଙ୍କର ଭକ୍ତିଭାବକୁ ସେ ବ୍ୟକ୍ତ କରିଥିଲେ । ଏହି ଅବସରରେ ତତ୍କାଳୀନ ଶିକ୍ଷକ ଈଶ୍ୱର ଚନ୍ଦ୍ର ସାହୁ, ଦେବେନ୍ଦ୍ର କୁମାର ରାୟ, ମୈାଲବୀ ଅଲ୍ଲୀ ଆକବର, ଦ୍ୱିଜନାଥ ଚାଟାର୍ଜୀ, ନୀଳମଣୀ ସ୍ୱାଇଁ, ସହଦେବ ମାଟି, ସେକ ଲିୟାକୁଦ୍ଦିନ, ବର୍ତ୍ତମାନର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ନାୟକଙ୍କ ସମେତ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ରଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ବିଦ୍ୟାଳୟର ପୁରାତନ ଛାତ୍ର ଜାତୀୟ ଭଲିବଲ ଖେଳାଳୀ ମହମ୍ମଦ ରାଜା ଏବଂ ଅବସରପ୍ରାପ୍ତ ପ୍ରଶାସକ ବିରଜା ରାଉତରାୟଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ପୁରାତନ ଛାତ୍ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଉମାକାନ୍ତ ତ୍ରିପାଠୀ, ଲକ୍ଷ୍ମୀନାରାୟଣ ସ୍ୱାଇଁ, ପ୍ରିୟବ୍ରତ ପଣ୍ଡା ପ୍ରମୁଖ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ଶେଷରେ ଅଧ୍ୟାପକ ଦେବବ୍ରତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅମୀୟ ରାଉତ, ଅଶୋକ ସାହୁ, ସାହାଜାନ ଖାଁ, ସୟଦ ଆସଫ ଅଲ୍ଲୀ, ମହମ୍ମଦ ମୁର୍ଶୀଦ୍ଦ, ଶ୍ୟାମସୁନ୍ଦର ନାୟକ, ଜୀତେନ୍ଦ୍ର ରାଉତ, ମନୋଜ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ