୧୯୯୧ ବ୍ୟାଚର ବନ୍ଧୁମିଳନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଅନ୍ତର୍ଗତ ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟର ୧୯୯୧ବ୍ୟାଚର ଛାତ୍ରଙ୍କ ଦ୍ୱାରା ବନ୍ଧୁମିଳନ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ବିଭୁତି ଭୂଷଣ ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ୟାଚର ପୁରାତନ ଛାତ୍ରମାନେ ଏକଜୁଟ ହୋଇ ପୁରୁଣା ସ୍ମୃତିକୁ ବଖାଣିବା ସହିତ ବନ୍ଧୁମିଳନର ଆଗାମୀ ଭବିଷ୍ୟତ ଉପରେ ଆଲୋଚନା କରିଥିଲେ । ଏହି ଉତ୍ସବରେ ସଂଜୟ ମୁଦୁଲି, ପ୍ରତାପ ବିଶ୍ୱାଳ, ରଂଜିତ କୁମାର ପଣ୍ଡା, ପ୍ରଦୀପ ବିଶ୍ୱାଳ, ସୁଧିର ନାୟକ, ଗଣେଷ ସ୍ୱାଇଁ, ଆଶନ୍ତ ସ୍ୱାଇଁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।