୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟ ଗୁଡିକୁ ବସ୍ତୁ ଓ ସେବା କର କ୍ଷତିପୂରଣ ବାବଦକୁ ୧,୬୫,୩୦୨ କୋଟି ଟଙ୍କା ପ୍ରଦାନ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ନିକଟରେ କେବଳ ମାର୍ଚ୍ଚ ମାସ ପାଇଁ ବସ୍ତୁ ଓ ସେବା କର କ୍ଷତିପୂରଣ ବାବଦକୁ ୧୩,୮୦୬ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହାକୁ ମିଶାଇ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟଗୁଡିକୁ କ୍ଷତିପୂରଣ ବାବଦ ସମସ୍ତ ଅର୍ଥ ପଇଠ କରାଯାଇଛି । ଏହି ଅବଧି ମଧ୍ୟରେ ମୋଟ କ୍ଷତିପୂରଣ ବାବଦକୁ ୧,୬୫,୩୦୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲେ ମଧ୍ୟ ଏହି ସମୟ ମଧ୍ୟରେ ୯୫,୪୪୪ କୋଟି ଟଙ୍କା ସଂଗୃହିତ ହୋଇଛି । ୨୦୧୯-୨୦ ଆର୍ଥିକ ବର୍ଷର କ୍ଷତିପୂରଣ ପଇଠ କରିବା ବେଳେ ୨୦୧୭-୧୮ ଏବଂ ୨୦୧୮-୧୯ ଆର୍ଥିକ ବର୍ଷର ବଳକା ଥିବା ଅର୍ଥକୁ ମଧ୍ୟ ହିସାବକୁ ନିଆଯାଇଛି । ଏହାଛଡା କେନ୍ଦ୍ର ୩୩,୪୧୨କୋଟି ଟଙ୍କା ଦେଶର ଅନାବଦ୍ଧ ପାଣ୍ଠିରୁ ପ୍ରଦାନ କରିଛି । ରାଜ୍ୟୱାରୀ ପ୍ରଦାନ କରାଯାଇଥିବା ବସ୍ତୁ ଓ ସେବା କର ବାବଦ କ୍ଷତିପୂରଣ ଅର୍ଥ ଅନୁଯାଇ, ଆନ୍ଧ୍ର ପ୍ରଦେଶକୁ, ୩୦୧୮, ମେଘାଳୟକୁ,୧୫୭, ଆସାମକୁ ୧୨୮୪, ବିହାରକୁ, ୫୪୬୪, ଛତିଶଗଡକୁ, ୪୫୨୧, ଓଡିଶାକୁ, ୫୧୧୨, ଦିଲ୍ଲୀକୁ, ୮୪୨୪, ପୁଡୁଚେରିକୁ, ୧୦୫୭, ଗୋଆକୁ, ୧୦୯୩, ପଞ୍ଜାବକୁ, ୧୨୧୮୭, ଗୁଜରାଟକୁ, ୧୪୮୦୧, ରାଜସ୍ଥାନକୁ, ୬୭୧୦, ହରିୟାଣାକୁ, ୬୬୧୭, ହିମାଚଳ ପ୍ରଦେଶକୁ, ୧୪୭୭, ତାମିଲନାଡୁକୁ, ୧୨୩୦୫, ଜମ୍ମୁ ଓ କଶ୍ମୀରକୁ, ୩୨୮୧, ତେଲଙ୍ଗାନାକୁ, ୩୦୫୪, ଝାଡଖଣ୍ଡକୁ, ୨୨୧୯, ତ୍ରିପୁରାକୁ, ୨୯୩, କର୍ଣ୍ଣାଟକକୁ, ୧୮୬୨୮, ଉତ୍ତରପ୍ରଦେଶକୁ, ୯୧୨୩, କେରଳକୁ, ୮୧୧୧, ଉତ୍ତରାଖଣ୍ଡକୁ, ୩୩୭୫, ମଧ୍ୟ ପ୍ରଦେଶକୁ, ୬୫୩୮, ପଶ୍ଚିମବଙ୍ଗକୁ, ୬୨୦୦ ଓ ମହାରାଷ୍ଟ୍ରକୁ, ୧୯୧୩୩ ଦିଆଯାଇଥିବାବେଳେ ମୋଟ, ୧୬୫୩୦୨ କୋଟି ତାଙ୍କ ପ୍ରଦାନ କରାଯାଇଥିବା କେନ୍ଦ୍ର ସର୍କାଙ୍କ ସୂତ୍ରରୁ ଜଣାପଡିଛି.