୪୩ ହଜାରରୁ ଅଧିକ କେନ୍ଦ୍ର ୪୪ ଲକ୍ଷ ଲୋକଙ୍କୁ ଯୋଗାଇ ଦେଇଛି ସ୍ୱାସ୍ଥ୍ୟ ସୁବିଧା

ନୂଆଦିଲ୍ଲୀ : କୋଭିଡ-୧୯ ବୈଶ୍ଵିକ ମହାମାରୀ କାଳରେ ଆୟୁଷ୍ମାନ ଭାରତ ଏବଂ ଏହା ଅଧିନସ୍ଥ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ରଗୁଡିକ ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ ପରିପାରିଛି । ଯେପରି ସ୍ଵାସ୍ଥ୍ୟସେବା ଦେଶର କୋଣ ଅନୁକୋଣରେ ପହଞ୍ଚିପାରିବ ସେଥିପାଇଁ ଜାନୁୟାରୀରୁ ଜୁଲାଇ ମଧ୍ୟରେ ୧୩,୬୫୭ଟି ଅତିରିକ୍ତ ସ୍ୱାସ୍ଥ୍ୟ ସୁଧାର କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଦେଶରେ ବିଭିନ୍ନ ଭାଗରେ ଚଳିତ ମାସ ୨୪ ତାରିଖ ସୁଦ୍ଧା ୪୩,୦୨୨ଟି କେନ୍ଦ୍ର କାର୍ଯ୍ୟ କରୁଛି । ଜୁଲାଇ ୧୮ରୁ ୨୪ ମଧ୍ୟରେ ଏହି କେନ୍ଦ୍ରଗୁଡ଼ିକ ଯୋଗାଉଥିବା ସୁବିଧା ସୁଯୋଗ ୪୪.୨୬ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିଛି । ଏପ୍ରିଲ ୧୪ ଠାରୁ ହିସାବ କଲେ ଏହି ସଂଖ୍ୟା ୧୯୨୩.୯୩ଲକ୍ଷ ଛୁଇଁଛି । ସେଦୃଷ୍ଟିରୁ ଗ୍ରାମାଞ୍ଚଳରେ ଏହି ସ୍ୱାସ୍ଥ୍ୟ ସୁଧାର କେନ୍ଦ୍ରଗୁଡ଼ିକର ଉପସ୍ଥିତି ବେଶ ବାରି ହୁଏ । ଅଣକରୋନା ଜନିତ ସ୍ୱାସ୍ଥ୍ୟ ସେବା ଯେପରି ବ୍ୟାହତ ନହୁଏ ସେ ଦିଗରେ ମଧ୍ୟ ଏହି କେନ୍ଦ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । କେବଳ ଗତ ସପ୍ତାହରେ ଦେଶବ୍ୟାପୀ ଏହି କେନ୍ଦ୍ରଗୁଡ଼ିକରେ ଏପର୍ଯ୍ୟନ୍ତ ପ୍ରାୟ ୩୨ହଜାର ଯୋଗ ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ କେନ୍ଦ୍ରଗୁଡ଼ିକର ପ୍ରତିଷ୍ଠା ପରଠାରୁ ଏପର୍ଯ୍ୟନ୍ତ ୧୪.୨୪ ଲକ୍ଷ ସମ୍ମିଳନୀ ଆୟୋଜିତ ହୋଇଛି । ସୁଧାର କେନ୍ଦ୍ରଗୁଡ଼ିକ ଅଣସଂକ୍ରାମକ ରୋଗଗୁଡିକର ଚିହ୍ନଟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାମାନ ଗ୍ରହଣ କରିଛନ୍ତି । କେବଳ ଗତ ସପ୍ତାହରେ ଉଚ୍ଚ ରକ୍ତଚାପ ପାଇଁ ୩.୮୩ଲକ୍ଷ, ମଧୁମେହ ପାଇଁ ୩.୧୪ଲକ୍ଷ, ମୁଖ ଗହ୍ଵର କର୍କଟ ପାଇଁ ୧.୧୫ ଲକ୍ଷ, ସ୍ତନ କର୍କଟ ପାଇଁ ୪୫ ହଜାର ଓ ଗ୍ରୀବା କର୍କଟ ପାଇଁ 36 ହଜାର ରୋଗୀଙ୍କ ପରୀକ୍ଷା କରାଯାଇଛି । ଆରମ୍ଭ ହେବା ଦିନଠାରୁ ଏହି କେନ୍ଦ୍ରଗୁଡ଼ିକ ଏପର୍ଯ୍ୟନ୍ତ ଉଚ୍ଚ ରକ୍ତଚାପ ପାଇଁ ୪.୭୨ କୋଟି, ମଧୁମେହ ପାଇଁ ୩.୧୪ କୋଟି, ମୁଖ ଗହ୍ଵର କର୍କଟ ପାଇଁ ୨.୪୩ କୋଟି, ସ୍ତନ କର୍କଟ ପାଇଁ ୧.୩୭ କୋଟି ଏବଂ ଗ୍ରୀବା କର୍କଟ ପାଇଁ ୯୧.୩୨ ଲକ୍ଷ ଲୋକଙ୍କ ପରୀକ୍ଷା ହୋଇଛି । ଆୟୁଷ୍ମାନ ଭାରତର ଏହି ସ୍ୱାସ୍ଥ୍ୟ ସୁଧାର କେନ୍ଦ୍ରଗୁଡ଼ିକ ବୈଶ୍ଵିକ ମହାମାରୀ କାଳରେ ଅଣସଂକ୍ରାମକ ରୋଗଗୁଡିକର ଚିହ୍ନଟ ପାଇଁ ରାଜ୍ୟ ସରକାରୀ କର୍ତ୍ତୃପକ୍ଷଙ୍କୁ ବିଶେଷ ସାହାଯ୍ୟ କରିଛନ୍ତି । ଏହାଛଡା କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଦୀର୍ଘ ଦିନଧରି ଜଟିଳ ସମସ୍ୟା ଭୋଗୁଥିବା ଲୋକମାନଙ୍କୁ ଚିହ୍ନଟ କରିବା ଦିଗରେ ମଧ୍ୟ ସାହାଯ୍ୟ କରିଛନ୍ତି । ଏହି ସୁଧାର କେନ୍ଦ୍ର ପକ୍ଷରୁ ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଟିକାକାରଣ ବ୍ୟତୀତ ରାଜଯକ୍ଷ୍ମା, କୁଷ୍ଠ, ଉଚ୍ଚରକ୍ତଚାପ ଏବଂ ମଧୁମେହ ରୋଗୀମାନଙ୍କୁ ଆବଶ୍ୟକ ଔଷଧପତ୍ର ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ