୨୧ ଟନ ଗୋମାଂସ ବୋଝେଇ କଣ୍ଟେନର ଜବତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ଉଜ୍ଜଳେଶ୍ୱରୀ ମନ୍ଦିର ନିକଟ ଜାତୀୟ ରାଜପଥ ଠାରେ ଏକ ଗୋ ମାଂସ ବୋଝେଇ କଣ୍ଟେନରକୁ ଛତ୍ରପୁର ଥାନା ପୁଲିସ ଜବତ କରିଛି l କୌଣସି ସୂତ୍ରରୁ ଛତ୍ରପୁର ବଜରଙ୍ଗ ଦଳ ସୋମବାର ପୂର୍ବାହ୍ନରେ କଟକରୁ ହାଇଦ୍ରାବାଦ ଅଭିମୁଖେ ଜାଉଥିବା ଜିଜେ୧୮ ବିଭି ୦୪୯୧ ନଂ ଏକ କଣ୍ଟେନର ଯୋଗେ ୨୧ ଟନ ଗୋମାଂସ ଚାଲଣ ହେଉଥିବା ବେଳେ ଉଜ୍ଜଳେଶ୍ୱରୀ ମନ୍ଦିର ନିକଟ ଜାତୀୟ ରାଜପଥ ଠାରେ ଏକ କଣ୍ଟେନରକୁ ଧରି ଯୁବକ ମାନେ ପୁଲିସକୁ ଜିମା ଦେଇଥିଲେ । ପରେ ଛତ୍ରପୁର ତହିସଲଦାର ଦିବ୍ୟା ମହାନ୍ତି, ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାଶଙ୍କ ଉପସ୍ଥିତିରେ ସେହି କଣ୍ଟନରର ସିଲ୍ ଭଙ୍ଗାଯାଇଥିଲା । ସେହିପରି ଛତ୍ରପୁର ପ୍ରାଣୀ ଚିକିତ୍ସକ ଡା. ପତିତପାବନ ରଥ ସେହି କଣ୍ଟେନର ରେ ଥିବା ଗୋମାଂସର ପରୀକ୍ଷା କରିବା ପାଇଁ କିଛି ଖଣ୍ଡ ମାଂସକୁ ନେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ