୨୫ ପଞ୍ଚାୟତକୁ ମାସ୍କ ଓ ସାନିଟାଇଜର ବାଣ୍ଟିଲେ ବିଧାୟକ ପ୍ରତିନିଧି

ବନ୍ତ, (ଚାନ୍ଦିନୀ ମହାନ୍ତି):ସୋମବାର ବନ୍ତ ବ୍ଲକ ପରିସରରେ ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ ୨୫ଟି ପଞ୍ଚାୟତ ପାଇଁ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିବାର ଜଣାଯାଇଛି । ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅନୁଦାନ ପାଣ୍ଠିରୁ ଏଭଳି ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ ରେବେକା ବିଲୁଙ୍ଗ, ଜିଲା ପରିଷଦ ସଭ୍ୟା ରେବତୀ ନାୟକ, ସଭ୍ୟ ପ୍ରଶାନ୍ତ ଦାଶ, ରବିନ୍ଦ୍ର ଦାସ, ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ବ୍ଳକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା ଯୋଗ ଦେଇଥିଲେ । ଏଥିସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ