ଅଖିଳ ଭାରତ କୃଷକ ସଭା କମିଟିର ବୈଠକ

ଛତ୍ରପୁର,(ଓ୍ବାଇଏନଏସ):  ଛତ୍ରପୁର ସ୍ଥିତ ଲକ୍ଷ୍ମଣ ଭବନ ଠାରେ ଅଖିଳ ଭାରତ କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ବୈଠକ ଜିଲ୍ଲା ସଭାପତି ଶ୍ରୀହର୍ଷ ରଥ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି  l ପ୍ରଥମେ ଜିଲ୍ଲା ସମ୍ପାଦକ ରାଜୀବ ଲୋଚନ ପଣ୍ଡା ସାଙ୍ଗଠନିକ ଓ ବିଭିନ୍ନ ପ୍ରସ୍ତାବ ମାନ ଆଗତ କରିଥିଲେ l ଚଳିତ ବର୍ଷ କମ ବୃଷ୍ଟିପାତ ହେବା ଆକଳନ ହେତୁ ସରକାର ତୁରନ୍ତ ସମସ୍ତ ଜଳସେଚନ ପ୍ରକଳ୍ପ ଗୁଡିକ ମରାମତି କରି ଜଳ ସଂରକ୍ଷଣ କରି ରଖିବା l ଉଠା ଜଳ ସେଚନ ଗୁଡିକ ମରାମତି କରିବା, ଚଳିତ ବର୍ଷ ପାଗ କୁ ସୁହାଇଲାଭଳି ପର୍ଯ୍ୟାପ୍ତ ପରିମାଣର ବିହନ ଯୋଗାଇବା l ଆଜି ଠାରୁ ସରକାର ସାର ମହଜୁଦ ରଖିବା ସହ କଳାବଜାରୀ ରୋକିବା ଏବଂ ସମସ୍ତ ଚାଷୀ ଓ ଭାଗ ଚାଷୀ ଙ୍କ ନାମ ମଣ୍ଡି ରେ ପଞ୍ଜିକରଣ ରେ ସରଳିକାରଣ ବ୍ୟବସ୍ଥା କରିଵା ନେଇଁ ଆଲୋଚନା ହୋଇଥିଲା l ଏହି ସମସ୍ତ ବିଷୟ ନେଇଁ ଆସନ୍ତା ଜୁଲାଇ ମାସରେ ଆନ୍ଦୋଳନ କରାଯିବ ସହ ସଂଗଠନ କୁ ସୁଦୃଢ କରିବା ପାଇଁ ଅଗୁଷ୍ଟ ମାସ ପ୍ରଯ୍ୟନ୍ତ କୃଷକ ସଭା ର ସଭ୍ୟ ସଂଗ୍ରହ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା ଲ ଏଥିରେ ଜିଲ୍ଲା ସାଂଗଠନିକ ସମ୍ପାଦକ ନୀଳକଣ୍ଠ ଦାଶ, ଜିଲ୍ଲା ଉପ ସଭାପତି ରଙ୍କନାଥ ସ୍ୱାଇଁ, କୈଳାଶ ପାତ୍ର ସହ ସମ୍ପାଦକ ପଞ୍ଚାନନ ସ୍ୱାଇଁ, ଲଷ୍ମୀଚାରଣ ପାଣିଗ୍ରାହୀ, ବିଦେଶୀ ନାହାକ, ଭଗବାନ ରାଉତ, ରାଜେନ୍ଦ୍ର ନାହାକ, ଏନ.ମୁନା ପାତ୍ର, ଶରତ ପଟ୍ଟନାୟକ ତୋଫାନ ନାହାକ ଙ୍କ ସମେତ ବହୁ ଚାଷୀନେତା ମାନେ ଆଲୋଚନା ରେ ଭାଗ ନେଇଁ ଚାଷୀ ସମସ୍ୟା ନେଇଁ ଲଗାତାର ଆନ୍ଦୋଳନ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ