ବ୍ଲକସ୍ତରୀୟ ମେଧାବୀ ସମ୍ମାନ- ୨୦୨୬ ପ୍ରଦାନ

ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ପଞ୍ଚାୟତ ଠାରେ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଧୂଷୁରୀ ପୂଜ୍ୟପୂଜା ସଂସଦ ପକ୍ଷରୁ ମେଧାବୀ ସମ୍ମାନ-୨୦୨୬ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂଜ୍ୟପୂଜା ସଂସଦର ସଭାପତି ବାର୍ଷିଆନ ଶିକ୍ଷାବିତ ବାବାଜୀ ଚରଣ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ରାମହରି ଗୋସ୍ବାମୀ,ସଂସଦର ପ୍ରତିଷ୍ଠାତା ଧାମନଗର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ,ଧୁଷୁରୀ ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ,ବିଶିଷ୍ଟ ପ୍ରବଚକ ପ୍ରବକ୍ତା ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା,ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଦୁର୍ଗାଶଙ୍କର ଦାଶ,ଶିକ୍ଷକ ନେତା ରମାକାନ୍ତ ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚେଷ୍ଟା ଓ ନିଷ୍ଠା ଦ୍ବାରା ସଫଳତା ମିଳିଥାଏ ଏବଂ ଏହାକୁ ବଜାୟ ରଖିବା ପାଇଁ ବିଦ୍ୟାର୍ଥୀମାନେ ନିଜକୁ ମାନସିକ ସ୍ତରରେ ଦୃଢ଼ କରିବା ଉଚିତ ବୋଲି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇ ଗୌରବ ଆଣିଥିବା ଧାମନଗର ଅଞ୍ଚଳର ୧୨ଜଣ ଛାତ୍ରଛାତ୍ରୀଙ୍କୁ ମେଧାବୀ ସମ୍ମାନ ସହିତ ସେମାନଙ୍କ ଅଭିଭାବକଙ୍କୁ ସମ୍ମାନିତ କରାଯାଇଥିଲା। ପୂଜ୍ୟପୂଜା ସଂସଦର ସମ୍ପାଦକ ଅକ୍ଷୟ କୁମାର ହୋତା ଉତ୍ସବ ସଭାକୁ ସଂଯୋଜନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ସୁବାସ ନାୟକ ମଞ୍ଚ ଆହ୍ବାନ ଏବଂ ବେଦପାଠ କରିଥିଲେ। ଏହି ଅବସରରେ ଓୟୁଜେର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଥିବା ଧାମନଗର ପ୍ରେସ କ୍ଲବର ସଭାପତି କିଷାନ କୁମାର ରାଉତ ଏବଂ ସଂସଦର ସଭାପତି ଶିକ୍ଷାବିତ ବାବାଜୀ ଚରଣ ପଣ୍ଡାଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧନା  ପ୍ରଦାନ କରାଯାଇଥିଲା। ସଞ୍ଜୟ ହୋତା,ରାଜେନ୍ଦ୍ର ପଲାଇ,ଗଙ୍ଗାଧର ବେହେରା,ବିମ୍ବାଧର ବିଶ୍ଵାଳ ପ୍ରମୁଖଙ୍କ ସମେତ ସଂସଦର ସଦସ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ