୨୫ ବର୍ଷର ଆନ୍ଦୋଳନ ସଫଳ ହେବାକୁ ଯାଉଛି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦୀର୍ଘ ୨୫ବର୍ଷରୁ ଉର୍ଦ୍ଧ୍ୱ ହେବ କାନ୍ଧରେ ବ୍ୟାଗ, ଗୋଡ଼ରେ ଚପଲ ପିନ୍ଧି ବିଭିନ୍ନ ବସ୍ତି ଅଞ୍ଚଳ ଗଳି କନ୍ଦି ବୁଲି ବୁଲି ବସ୍ତିମାନଙ୍କ ଜମି ଅଧିକାର ନେଇ ଆନ୍ଦୋଳନ କରି ଆସୁଥିବା ଓଡ଼ିଶା ବସ୍ତି ସଂଘର୍ଷ ସମିତିର ରାଜ୍ୟ ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁଙ୍କ ସ୍ୱପ୍ନ ଏବେ ବାସ୍ତବରେ ପରିଣତ ହେବାକୁ ଯାଉଛି । ଏଠାରେ ସୂଚନା ଥାଉକି ବିଭିନ୍ନ ସମୟରେ ଶ୍ରୀଯୁକ୍ତ ସାହୁଙ୍କୁ ବହୁ ବୁଦ୍ଧିଜୀବୀ ଲୋକ ବସ୍ତିର ଜାଗା ଅନ୍ଦୋଳନକୁ ନେଇ ପାଗଳ ବୋଲି କହୁଥିବା ବେଳେ ବସ୍ତିବାସିନ୍ଦାଙ୍କୁ କାହିଁକି ଜାଗା ଦିଆଯିବ ବୋଲି ଯୁକ୍ତି ବାଢୁଥିଲେ । କିନ୍ତୁ ଶ୍ରୀ ସାହୁ କୌଣସି ଟାହି ଟାପରାକୁ କର୍ଣ୍ଣପାତ ନ କରି ବସ୍ତିବାସିନ୍ଦାମାନଙ୍କ ଜମି ଅଧିକାର ଆନ୍ଦୋଳକୁ ନେଇ ଲଢେଇ ଜାରି ରଖିଥିଲେ । ଏପରିକି ଅନେକ ସମୟରେ ଶ୍ରୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ ପାଇଁ ଯୋଜନା କରିବା ସହିତ ମିଛ ମାମଲାରେ ଫଶାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହାକୁ ଭ୍ରୁକ୍ଷେପ ନକରି ବସ୍ତିବାସିନ୍ଦାମାନଙ୍କୁ ଜମି ଅଧିକାର ଦେବା ପାଇଁ ସେ ଉଦ୍ୟମ ଜାରି ରଖିଥିଲେ । ଗତ କିଛିଦିନ ତଳେ ରାଜ୍ୟ ସରାକର ଏନ୍‌ଏସି, ମ୍ୟୁନିସିପାଲିଟିକୁ ୪୦୦ ଏବଂ ୬୫୦ ସ୍କୋୟାରଫୁଟ ଜମି ଦେବା ପାଇଁ ଘୋଷଣା କରିଥିବା ବେଳେ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା ଆଦି ୫ଟି ମହାନଗର ନିଗମକୁ ସେଥିରୁ ବାଦ୍ ଦେଇଥିଲେ । ଏହି ୫ଟି ମହାନଗର ନିଗମକୁ ବାଦ ଦେବା ଫଳରେ ସେମାନେ ଏକ ପ୍ରକାର ଭାଙ୍ଗି ପଡ଼ିଥିଲେ । ଏଥିରେ ଶ୍ରୀଯୁକ୍ତ ସାହୁ ଭାଙ୍ଗି ନପଡ଼ି ଏହି ୫ଟି ମହାନଗର ନିଗମକୁ ଜାଗା ଦେବା ପାଇଁ ଅହରହ ଉଦ୍ୟମ କରୁଥିଲେ । ୨୦୨୧ରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଆଲୋଚନା କରିବାର କିଛିଦିନ ତଳେ ବିଧାନସଭାରେ ୫ଟି ମହାନଗର ନିଗମକୁ ଜାଗା ଦେବା ପାଇଁ ଜମି ଅଧିକାର ଅଧିନିୟମ ୨୦୧୭ର ଧାରା (୩) ଉପଧାରା (୨) ବିଭାଗ ‘କ’ ଅର୍ନ୍ତଗତ ଆଇନକୁ ସଂଶୋଧନ ହୋଇଥିବାରୁ ଏହାଦ୍ୱାରା ୫ଟି ମହାନଗର ନିଗମର ବସ୍ତିବାସିନ୍ଦାମାନଙ୍କୁ ୩୦ ବର୍ଗପୁଟ ଜମି ମିଳିବା ପାଇଁ ଆଇନରେ ସଂଶୋଧନ ଆଣିଥିଲେ । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଜାଗା ମିଶନରେ ସର୍ବେକ୍ଷଣ ପାଇଁ ଏହି ୫ଟି ମହାନଗର ନିଗମର ବସ୍ତିବାସିନ୍ଦାମାନଙ୍କୁ ୩୦ରୁ ୪୫ ବର୍ଗମିଟର ଜମି ପଟ୍ଟା ପ୍ରଦାନ କରିବା ପାଇଁ ଟାଟା ଟ୍ରଷ୍ଟ, ସୂତ୍ର ଏଜେନ୍ସି ସହ ଚୁକ୍ତିନାମା ସ୍ୱାକ୍ଷର କରିଥିବାରୁ ୫ଟି ମହାନଗର ନିଗମର ବସ୍ତିବାସିନ୍ଦାମାନଙ୍କୁ ଜମି ଅଧିକାର ମିିଳିବାର ବାଟ ଖୋଲିଯାଇଥିବାରୁ ଶ୍ରୀଯୁକ୍ତ ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ସାଧୁବାଦ ଜଣାଛନ୍ତି । ଏଥିସହିତ କେହି ଜଣେ ବି ବସ୍ତିବାସିନ୍ଦା ଏହି ସର୍ବେକ୍ଷଣରୁ ବଞ୍ôଚତ ନ ହୁଅନ୍ତି, ସେଥିପାଇଁ ୫ଟି ମହାନିଗମର କମିଶନର ଧ୍ୟାନ ଦେବା ପାଇଁ ଶ୍ରୀ ସାହୁ ନିବଦେନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ