କୃଷକ ପଞ୍ଜିକରଣ ତାରିଖ ବୃଦ୍ଧି ନେଇ ବିଡ଼ିଓ ଙ୍କୁ ଦାବୀ ପତ୍ର ପ୍ରଦାନ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଶ୍ରମଜୀବି ଏକତା ମଞ୍ଚ ପକ୍ଷରୁ ତିନି ଦଫା ନେଇ ବିଡ଼ିଓ ଙ୍କୁ ଦାବୀ ପତ୍ର ପ୍ରଦାନ ରାଜ୍ୟ ସରକାର ଙ୍କ ନିୟମ ଅନୁସାରେ ପ୍ରତେକ ଚାଷୀ ଓଡିଶା ସଫଳ ଚାଷୀ ପୋର୍ଟାଲ ନାମ ପଞ୍ଜିକରଣ କରିବାକୁ ନିର୍ଦେଶ ଥିବା ବେଳେ ମୋହନା ବ୍ଲକ୍ ର ଅନେକ ଚାଷୀ ପଞ୍ଜୀକୃତ କରିନାହାନ୍ତି ଯାହା ଦ୍ୱାରା ସରକାରୀ ଆୟତା ପାଇବାରୁ ବଞ୍ଚିତ ହେବେ ତେଣୁ ସମୟ ସୀମା ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ପଞ୍ଜୀକୃତ ନିୟମ ଏହା ଶହ ଅନେକ ଚାଷୀ ଓଡିଶା ସଫଳ ଚାଷୀ ପଞ୍ଜୀକୃତ ବିଷୟ ରେ ଅବଗତ ନାହାନ୍ତି ତେଣୁ ଏଥି ପାଇଁ ପ୍ରତେକ ଗାଁ ଗୋହଳି ରେ ରହୁଥିବା ଚାଷୀ ଙ୍କୁ ସଚେତନତା କର୍ବା ଆବଶ୍ୟକ, ଯେଉଁ ଗାଁ ଗୁଡ଼ିକ ରେ ନେଟୱର୍କ ସୁବିଧା ନାହିଁ ସେଠାର ଅଫ ଲାଇନ ରେ ଯେଭଳି ପଞ୍ଜିକରଣ ହେବ ତାହାରି ସୁବିଧା କରିବା ପାଇଁ ଦାବି କରିଛନ୍ତି ଏହା ଶହ ଅନେକ ଗ୍ରାମ ରେ ପାନୀୟ ଜଳ ଯୋଗାଣ, ରାସ୍ତା ଘାଟ ନିର୍ମାଣ ପାଇଁ 14ଟି ଦାବୀ ପତ୍ର ପ୍ରଦାନ କରିଛନ୍ତି ମୋହନା ବିଡିଓ ଙ୍କୁ ଏହାର ନକଲ ଦାବୀ ପତ୍ର କୃଷି ବିଭାଗ ମୋହନା କାର୍ଯ୍ୟଳୟ ରେ ମଧ୍ଯ ପ୍ରଦାନ୍ କରିଛନ୍ତି ଏହି କାର୍ଯ୍ୟକ୍ରମ କୁ ପରିଚାଳନ କରିଥଲେ ଗୀତା ଦୋରା, ଆଶିଷ ବେହେରା, ଜୋଗ ଦେଉଥିଲେ ବ୍ଲକ୍ କମିଟି ମେମ୍ବର ଓ ପଂଚାୟତ କମିଟି ମେମ୍ବର ମାନେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ