୨୬ଜାନୁଆରୀରେ ଟ୍ରାକ୍ଟର ରାଲୀ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କୃଷକ ତଥା ଜନବିରୋଧୀ ତିନି କୃଷି ଆଇନର ପ୍ରତ୍ୟାହାର ଦାବିରେ ଆଜକୁ ୫୭ଦିନ ଧରି ଦିଲ୍ଲୀ ସୀମାରେ ଲକ୍ଷ ଲକ୍ଷ କୃଷକଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ କ୍ରମେ ଦେଶର ଚର୍ତୁଦିଗକୁ ବ୍ୟାପିବାରେ ଲାଗିଛି । ଆସନ୍ତା ୨୬ତାରିଖରେ ଜନରାଜ୍ୟ ଦିବସ ଅବସରରେ ଦିଲ୍ଲୀ ରାଜପଥରେ ହେବାକୁ ଥିବା ଟ୍ରାକ୍ଟର ରାଲିକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା କୃଷକ ସଭାର ଜିଲ୍ଲା ସଭାପତି ଉମେଶ ଚନ୍ଦ୍ର ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କଂଗ୍ରେସ କିଷାନ ସେଲ ପକ୍ଷରୁ ମୁକ୍ତାର ଖାଁ, ବସନ୍ତ ସେଠୀ, ଓଡିଶା କୃଷକ ସଭା ପକ୍ଷରୁ ଗୟାଧର ଧଳ, ଅଖିଳ ଭାରତ କୃଷକ ସଭା ପକ୍ଷରୁ ରମଣିରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, କୃଷକ ମହାସଙ୍ଘ ପକ୍ଷରୁ ପ୍ରକାଶ ମଲ୍ଲିକ, ଅବିନାଶ ପରିଡା, ଅଭିଜିତ ନାୟକ, ଗ୍ରାମୀଣ ଚାଷୀ ମୂଲିଆ ସଙ୍ଘ ପକ୍ଷରୁ ଫକିର ଚରଣ ଖଟୁଆ, ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦାଶରଥୀ ସାହୁ, ଜୟନ୍ତ ଲେଙ୍କା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ୨୬ତାରିଖ ଟ୍ରାକ୍ଟର ରାଲିକୁ ସଫଳ କରିବା ସହିତ ନେତାଜୀ ଜୟନ୍ତୀ ଅବସରରେ ଆସନ୍ତା ୨୩ତାରିଖ ଦିନ କୃଷକମାନଙ୍କ ଦ୍ୱାରା ହେବାକୁ ଥିବା ରାଜଭବନ ଘେରାଉ କାର୍ଯ୍ୟକ୍ରମରେ ଜିଲ୍ଲାରୁ ଶତାଧିକ କୃଷକ ସାଥି ଯୋଗଦେବାକୁ ଯୋଜନା ପ୍ରସ୍ତୁତ କରିବା ସହ ଜିଲ୍ଲାବାସୀ କୃଷକମାନଙ୍କୁ ଏହିସବୁ ଆନ୍ଦୋଳନରେ ବହୁ ସଂଖ୍ୟାରେ ଯୋଗଦେବାକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ