୨ ସପ୍ତାହ ହେଲା ଜଳ ଯୋଗାଣ ବନ୍ଦ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ଼ ବୃକ୍ ସଦର ମହକୁମା ପଞ୍ଚାୟତର ବଢ଼େଇ ସାହି ଓ ଗୌଡ଼ ସାହିରେ ପ୍ରାୟ ୨ୟ ସପ୍ତାହ ହେଲା ଜଳଯୋଗାଣ ବନ୍ଦ ରହିଛି। ଏହାକୁ ନେଇ ଜନ ଅସନ୍ତୋଷ |ଦେଇଛି। ବିଭାଗୀୟ ଅଧୂକାରୀ କିମ୍ବା ପଞ୍ଚାୟତ ତରଫରୁ କୌଣସି ପଦକ୍ଷେ କ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଛି। ଏନେଇ ସାହି ବାସିନ୍ଦା ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି। ମହିଳାମାନେ ଗରା, ମାଠିଆ ଧରି ନଳକୂପ ପାଖରେ ଧାଡ଼ି ଲଗାଉଛନ୍ତି। ଠିଆ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ପାଣି ପାଇ ହାତାହାତି ପରିସ୍ଥିତି ହେଉଛି। ଉଭୟ ସାହିରେ ପ୍ରାୟ ଶହ ଲୋକ ବସବା ବାସ କରୁଥିବା ବେଳେ ରାୟଗଡ଼ ମହେନ୍ଦ୍ରତନୟା ନଦୀରୁ ପାଇପ୍ରେ ଜଳ ଉଠାଇ ସହରକୁ ଯୋଗାଇ ଦିଆଯାଉଛି ଉଛି। ପ୍ରତି ସାହିରେ ଷ୍ଟାଣ୍ଡ ପାଷ୍ଟ ରହିଛି। ଶତାଧିକ ଘରକୁ ପାଇପ୍ ସଂଯୋଗ କରାଯାଇଛି। ଜଳ ଯୋଗାଣ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।


