ସରକାରଙ୍କ ମହାପ୍ରୟାଣ ଯାନ ଯୋଜନା କାହା ପାଇଁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ପୁଣି ସ୍ୱାସ୍ଥ୍ୟ ବିଭାଗର ଅପାରଗତା ପାଦରେ ପଡିଛି I ସାଧାରଣଙ୍କ କଲ୍ୟାଣ ପାଇଁ ସରକାରଙ୍କ ମହାପ୍ରୟାଣ ଯୋଜନା ସମଗ୍ର ଓଡିଶା ସହିତ ଗଜପତି ଜିଲ୍ଲାରେ ସରକାର କାର୍ଯ୍ୟକାରୀ କରିଛନ୍ତି ହେଲେ ଗଜପତି ଜିଲ୍ଲାରେ ଅନେକ ସମୟରେ ମହାପ୍ରୟାଣ ଗାଡି ଲୋକଙ୍କୁ ମିଳୁନାହିଁ. ବର୍ତ୍ତମାନ ମୋହନାରେ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ପରେ ମହାପ୍ରୟାଣ ଗାଡି ନମିଳିବା ଯୋଗୁଁ ଅଟୋରେ ମୃତଦେହକୁ ପରିବାର ଲୋକେ ବୋହି ଘରକୁ ନେଇଛନ୍ତି । ଏଭଳି ଘଟଣା ଦେଖିବା ପାଇଁ ଗଜପତି ଜିଲ୍ଲା ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଜାମଗଣ୍ଡା ଗ୍ରାମର ରିମା ମଲ୍ଲିକ ବହୁ ଦିନ ଧରି ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କୁ ପରିବାର ଲୋକେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାର ତାଙ୍କର ଗୁରୁବାର ସକାଳେ ମୃତ୍ୟୁ ଘଟିଛି । ହେଲେ ଶବକୁ ନିଜ ଗ୍ରାମକୁ ନେବା ପାଇଁ ମହାପ୍ରୟାଣ ଗାଡି ନ ମିଳିବାରୁ ମୋହନା ମେଡିକାଲ ଠାରୁ ନିଜ ଗ୍ରାମକୁ ୧୫କିମି ଅଟୋରେ ଶବକୁ ବୋହି ପରିବାରର ବର୍ଗ ନେଇ ଫେରିଥିଲେ । ମୋହନା ଅଞ୍ଚଳଯେତେବଳେ ସରକାର୍ ସାଧାରଣ ଲୋକଙ୍କ ସୁବିଧା ପାଇଁ ଜିଲାର ସବୁ ହସ୍ପିଟାଲରେ ମହାପ୍ରୟାଣ ଗାଡ଼ି ଦିଆଯାଇଛି. ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତିଯେ, ମହାପ୍ରୟାଣ ଗାଡି ପାଇଁ ଅନୁରୋଧ ପରେ ସୁଦ୍ଧା ମୋହନା ବ୍ଲକରେ ମହାପ୍ରୟାଣ ଗାଡ଼ି ନ ଥିବାରୁ ଓଟୋରେ ବୁହାହେଲେ ଶବ. ଅନେକ ଥର ଆମ୍ଭେ ଗ୍ରାମବାସୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମହାପ୍ରୟାଣ ଗାଡି ବ୍ୟବସ୍ଥା କରାଯାଇନାହିଁ. ତେବେ ସରକାରୀ ବାବୁ ମାନଙ୍କ ସାଧାରଣ ଜନତାଙ୍କ ପ୍ରତି କର୍ତ୍ତବ୍ୟ କଣ ଓ କେମିତି ଚାଳିଛି ତାହା ଏଥିରୁ ଜାଣିପ।ରୁଥ‌ିବେ. ବର୍ତ୍ତମାନ ଭଳି ମୋହନା ବ୍ଲକରେ ଘଟିଥ‌ିବା ଘଟଣା ଆଗାମୀ ଦିନରେ ଯେପରି ପୁନଃରାୟ ନ ଘଟିବ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ