୩ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ପାଲଟିଅଛି ମରଣଯନ୍ତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଘୋରଣି–ବଡ଼କୋତୋରୁ–ତାଟିପାଟି ପ୍ରମୁଖ ୩ଗୋଟି ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇ ଥିବାର ଦେଖିବାକୁ ମିଳୁଅଛି | ଏହି ରାସ୍ତାର ଅବସ୍ଥା ଏପରି ହେଲାଣି ଯେ, ଲୋକେ ଯାତାୟତ କରିବା ପାଇଁ ବିପଦ ମଣୁଛନ୍ତି | କର୍ଦ୍ଦମାକ୍ତ ହୋଇ ପଡିଥିବାରୁ ଯାନବାହାନରେ ଯିବା ଦୂରର କଥା ଚାଲି ଚାଲି ଯିବା ମଧ୍ୟ ସମ୍ଭବ ନୁହଁ | ଉଲ୍ଲେଖିତ ୩ ଗୋଟିଏ ପଞ୍ଚାୟତର ୧୨ ଗୋଟି ଗ୍ରାମର ଲୋକମାନେ ନିର୍ଭର କରିଥାନ୍ତି |  ୩ପଞ୍ଚାୟତକୁ ସ୍ବଳ୍ପ ଦୂରତା ବହନ କରୁଥିବାରୁ ଏହି ରାସ୍ତା ଦେଇ ଯାତାୟତ କରନ୍ତି | କି ଏହି ରାସ୍ତା ଟି ସଂପୂର୍ଣ୍ଣ ଭାବେ ଖରାପ୍ ହୋଇଯିବା ପରେ ଲୋକ ମାନେ ନାହିଁ ଅସୁବିଧା ହୋଇଛନ୍ତି | ଉକ୍ତ ରାସ୍ତା ଟି ତାଟିପେଟି ପଞ୍ଚାୟତର ଗୋଲା ଗ୍ରାମରୁ ଆରମ୍ଭ ହୋଇ  ଘୋରଣୀ ପଞ୍ଚାୟତ ଓ ବଡ଼ କୋତୋରୁ ପଞ୍ଚାୟତ ସଂଯୋଗ ହୋଇଅଛି | ଏନେଇ ୩ ଗୋଟି ପଞ୍ଚାୟତବାସୀ ପ୍ରଶାସନକୁ ବାରମ୍ବାର ଲିଖିତ ଓ ମୌଖୀକ ଭାବେ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି କି ନିରୀକ୍ଷଣ କରିବା ପାଇଁ ମଧ୍ୟ ଆସୁନାହାନ୍ତି ବୋଲି ଜଣାଇଛନ୍ତି | ସୂଚନା ଯୋଗ୍ୟ ଯେ, ଏହି ରାସ୍ତାଟି ଆଜି କୁ ୧୦ ବର୍ଷ ହେଲା ଖରାପ ହୋଇ ପଡ଼ିରହିଛି | ଇତି ମଧ୍ୟରେ ସ୍ଥାନୀୟ ଜନପ୍ରତିନିଧି ଠାରୁ ଆରମ୍ଭ କରି ଅଞ୍ଚଳଲବାସୀ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ବୋଲି ପ୍ରକାଶ କରିଛନ୍ତି | ଯଦି ଏହି ରାସ୍ତାର ପୁନଃ ନିର୍ମାଣ କରାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳାତ୍ମକପନ୍ଥା ଅବଲମ୍ବନ କରି ପ୍ରଶାସନକୁ ଘେରାଉ କରିବୁ ବୋଲି ଚେତାବନୀ ଦେଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ