୩୧୦ ଲିଟର ଦେଶୀ ରନ୍ଧା ମଦ ଜବତ; ଜଣେ ଗିରଫ
ସନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ପାଟପୁର ଥାନା ପୋଡ଼ମାରି ଦଳିତ ସାହି ଓ ମାର୍ଥାପୁର ଗ୍ରାମରେ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ, ପାଟପୁର ପୋଲିସ ଓ ଦିଗପହଣ୍ଡି ଅବକାରୀ ବିଭାଗର ମିଳିତ ଚଢ଼ାଉରେ ୩୧୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି l ସେ ହେଲେ ପାଟପୁର ଥାନା ମଣିଦେଇପେଣ୍ଠ ଗ୍ରାମର ବଳରାମ ନାଇକ l ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି l ମାଜିଷ୍ଟେଟ ଦାୟିତ୍ୱ ରେ ଥିବା ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକଙ୍କ ଉପସ୍ଥିତରେ ପାଟପୁର ଥାନା ଏଏସଆଇ ଅର୍ଜୁନ ଶବର, ଅବକାରୀ ଏସଆଇ ଅଭିରାମ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ l


