ରବଡେଗା ଛକରୁ ପୁଲିସ ୪ଲକ୍ଷ ଟଙ୍କା ଜବତ କରିଛି। ଫ୍ଲାଇଂ ସ୍ବାଡ ଓ କୁଚିଣ୍ଡା ପୁଲିସର ମିଳିତ ଯାଞ୍ଚ ବେଳେ ଟଙ୍କା ଜବତ କରାଯାଇଛି। ବାଇକଟି ଝାରସୁଗୁଡାରୁ କୁଚିଣ୍ଡା ଆସୁଥିବା ବେଳେ ଟଙ୍କା ଜବତ କରାଯାଇଥିବା ଜଣାପଡିଛି। ତେବେ ଟଙ୍କା କେଉଁଥି ପାଇଁ ଆସୁଥିବା ତାହା ସ୍ପଷ୍ଟ ହୋଇ ନାହିଁ। ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।