୫ଜଣ ଶିକ୍ଷକଙ୍କୁ ରାଷ୍ଟ୍ର ନିର୍ମାତା ଆୱାର୍ଡ ପ୍ରଦାନ

ଛତ୍ରପୁର : ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ବିଶ୍ୱ ସାକ୍ଷରତା ଦିବସ ଅବସରରେ ୫ଜଣ ଶିକ୍ଷକଙ୍କୁ ରାଷ୍ଟ୍ର ନିର୍ମାତା ଆୱାର୍ଡ ପ୍ରଦାନ କରାଯାଇଛି । ଏଥି ନିମନ୍ତେ କ୍ଲବର ସଭାପତି ନିରଞ୍ଜନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଥାବେ ଶିକ୍ଷାବିତ କୃପାସିନ୍ଧୁ ପଣ୍ଡା ଯୋଗ ଦେଇ ଶୈକ୍ଷିକ ବିକାଶରେ ଶିକ୍ଷକ ମାନଙ୍କ ଭୂମିକାକୁ ସମ୍ମାନ ଜଣାଇ ଶିକ୍ଷକ ମାନଙ୍କୁ ଏହି ଆୱାର୍ଡ ପ୍ରଦାନ କରିଥିବାରୁ ରୋଟାରୀ କ୍ଲବକୁ ପ୍ରଶଂସା କରିଥିଲେ । ସମ୍ମାନୀତ ହୋଇଥିବା ଶିକ୍ଷକ ମାନେ ହେଲେ କରାତଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରକାଶ ଚନ୍ଦ୍ର ଦାସ,ଅଗସ୍ତିନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଘନଶ୍ୟାମ ପଣ୍ଡା,ଲକ୍ଷ୍ମୀପୁର ଉଚ୍ଚ ପାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁନୀଲ କୁମାର ଶତପଥୀ,କାଳୀପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ କୃଷ୍ଣଚନ୍ଦ୍ର ଦାସ ଓ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଦେବସ୍ମିତା ମହାନ୍ତି । ରୋଟାରୀୟନ ପ୍ରଫୁଲ କୁମାର ପଟ୍ଟନାୟକ,ବିଜୟକୃଷ୍ଣ ପଟ୍ଟନାୟକ,ଡା.ସାଧୁଚରଣ ମିଶ୍ର ,ପି.ଚନ୍ଦ୍ରଶେଖର,ଏସ.ରେଖା,ସାଗରୀକା ସାମନ୍ତରାୟ ଓ ସୁରଜିତ ସାମନ୍ତରାୟ ପ୍ରମୁଖ ସମ୍ବର୍ଦ୍ଧିତ ଶିକ୍ଷକ ମାନଙ୍କର ମାନପତ୍ର ପଠନ କରିବା ସହ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥୀଙ୍କ ଦ୍ୱାରା ଶିକ୍ଷକ ମାନଙ୍କୁ ଉପଢୈକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲ।।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ