୫ଟି ସଚିବ ଭିକେ ପାଣ୍ଡିଆନଙ୍କ ମୟୂରଭଂଜ ଜିଲ୍ଲାର କୋଭିଡ୍-୧୯ ହସ୍ପିଟାଲ ପରିଦର୍ଶନ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ସାରା ବିଶ୍ୱ ଅଦୃଶ୍ୟ ମହାମାରୀ ‘କରୋନା’ ପାଇଁ ଭୟଭୀତ ।ପୋକ ମାଛି ଭଳି ଲୋକେ ମରି ଯାଉଛନ୍ତି । ତେଣୁ ସବୁ ଦେଶ ଓ ରାଜ୍ୟରେ ଥିବା ସରକାର ମାନେ ‘କରୋନା’ଠାରୁ ମୁକୁଳିବା ପାଇଁ ନିଜ ନିଜର ହସ୍ପିଟାଲ, ଡାକ୍ତରଖାନା, ଡାକ୍ତର,ନର୍ସ, ଔଷଧ, ଔଷଧୀୟ ସାମଗ୍ରୀ ସବୁ ପ୍ରସ୍ତୁତ ଏବଂ ସଚେତନତା କାର୍ଯ୍ୟକ୍ରମ ଆଗେଇ ନେଇ ଚାଲିଛନ୍ତି ।ଓଡ଼ିଶା ମଧ୍ୟ ଆଗୁଆ ପ୍ରସ୍ତୁତି ଜାରି ରଖିଛି । ଏଥିପାଇଁ ବିଭିନ୍ନ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ସ୍ଥାୟୀ ଓ ଅସ୍ଥାୟୀ ଭାବରେ କରିଛନ୍ତି ।ଯଦି ଓ ଓଡ଼ିଶା ସରକାରଙ୍କ ଦୂରଦୃଷ୍ଟି ପାଇଁ ଲକ୍ ଡାଉନ୍, ସଟ୍ ଡାଉନ୍ କରି ପରିସ୍ଥିତିକୁ ନିୟନ୍ତ୍ରଣ ରଖିଛନ୍ତି । ଆଗକୁ କ’ଣ ହେବ କହି ହେଉ ନାହିଁ ।ବେଳ ଥାଉ ଥାଉ ସତର୍କ ହେବା ନିଷ୍ପତ୍ତି ନେଇ ଅଦ୍ୟାବଧି ୬୦୦୦ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ପ୍ରସ୍ତୁତ କରି ସମଗ୍ର ଭାରତ ବର୍ଷରେ ଉଦାହରଣ ସୃଷ୍ଟି କରିଛନ୍ତି ।ମୟୂରଭଂଜ ଜିଲ୍ଲାର ବାଙ୍କି ଷୋଳ ଠାରେ କିସ୍ ପକ୍ଷରୁ ଆଦାନୀ-କିସ ଆବାସିକ ବିଦ୍ୟାଳୟରେ ପ୍ରସ୍ତୁତ ହୋଇଥିବା ୨୦୦ ଶଯ୍ୟା (୨୦ ଟି ଆଇସିୟୁ) ଅସ୍ଥାୟୀ କୋଭିଡ୍ ୧୯ ହସ୍ପିଟାଲକୁ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ଏବଂ ୫ଟି ସଚିବ ଭିକେ ପାଣ୍ଡିଆନ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କ ସହିତ ମୟୂରଭଂଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ସ୍ମିଥ ପି ପାରମାର,କୋଭିଡ୍ ହସ୍ପିଟାଲ ମୁଖ୍ୟ ଡଃ ସୁଧୀର ଶତପଥୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ରୂପାଭାନୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।୫ଟି ସଚିବ ଭି କେ ପାଣ୍ଡିଆନ ଜିଲ୍ଲାପାଳଙ୍କୁ କହିଥିଲେ କି ଅସହାୟ ଲୋକମାନଙ୍କ ପ୍ରତି ଟିକେ ହୃଦୟ ଖୋଲା ରଖିବେ । ଆଜିଠାରୁ ମୟୂରଭଂଜ ଜିଲ୍ଲାର କୋଭିଡ୍ ହସ୍ପିଟାଲ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେଲା ।