୫ଦିନ ପାଇଁ ବେରୁଆଁବାଡି ପଞ୍ଚାୟତ ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ

କୋଦଳା, (ଗୁଲସନ୍ କୁମାର କର):କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ବିଭିନ୍ନ ପଞ୍ଚାୟତକୁ ସରପଞ୍ଚ ମାନେ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସଟ୍ ଡାଉନ୍ କରୁଛନ୍ତି ।ମଂଗଳବାର ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ବେରୁଆଁବାଡି ପଞ୍ଚାୟତକୁ ୫ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ନୀଳାଞ୍ଚଳ ପାଢ଼ୀ। ପଞ୍ଚାୟତରେ ୪ ଜଣଙ୍କ କରୋନା ପଜିଟିଭି ବାହାରି ଥିବା ଯୋଗୁଁ ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରାଯାଇଥିବା ସେ କହିଛନ୍ତି। ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପୋଲିସ୍ ପ୍ରଶାସନ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି ସରପଞ୍ଚ। ୨୨ ଜୁଲାଇ ବୁଧବାର ଠାରୁ ୨୬ ଜୁଲାଇ ପର୍ଯ୍ୟନ୍ତ ଏହି ସଟ୍ ଡାଉନ୍ ବଳବତ୍ତର ରହିବ। ଏହା ପୂର୍ବରୁ ଆବଶ୍ୟକୀୟ ନିତ୍ଯ ବ୍ଯବହାର୍ଯ୍ଯ ଜିନିଷକୁ ମହଜୁଦ୍ ରଖିବା ପାଇଁ ଲୋକକୁଂ ସଚେତନ କରାଯାଇଛି। ବାରମ୍ବାର କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସଚେତନତା କରାଯାଇଥିଲା ବେଳେ ଲୋକେ ସୁଧୁରୁ ନଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ସରପଞ୍ଚ। ତେବେ ସଟ୍ ଡାଉନ୍ ସମୟରେ ଅତ୍ଯାବଶ୍ଯକୀୟ ସାମଗ୍ରୀ ଯଥା ଔଷଧ, ପରିବା, ରାସନ ଦୋକାନ ବ୍ଯତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏତଦବ୍ୟତୀତ ଠେଲା ଗାଡିରେ ପରିବା ଓ ରାସନ ବିକ୍ରି ପାଇଁ ଅନୁମତି ଦିଆଯାଇଛି। ଯାନବାହାନ ଚଳାଚଳ ଏବଂ ବାହାରୁ ପଞ୍ଚାୟତକୁ ଆସିବା ଓ ଯିବାକୁ ନିଷିଦ୍ଧ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ