୫୧ ବର୍ଷ ହେଲା ଏହି ଷ୍ଟେସନ୍ରେ ଅଟକିନାହିଁ କୌଣସି ଟ୍ରେନ୍
କୋଲକାତାରୁ ୨୬୦ କି.ମି ଦୂରରେ ଥିବା ବେଗୁନକାଦର ଷ୍ଟେଶନରେ କୌଣସି ଟ୍ରେନ୍ ଅଟକେ ନାହିଁ । ଗତ ୫୧ ବର୍ଷ ଧରି ଏଭଳି ଅବସ୍ଥା ଜାରି ରହିଛି । ତେଣୁ ଷ୍ଟେଶନଟି ଜନଶୂନ୍ୟ । ଏଠାରେ ଧଳା ଶାଢି ପିନ୍ଧି ପ୍ରେତାତ୍ମା ବୁଲୁଥିବାର ଅନେକ କହିଥାନ୍ତି । ଏଭଳି ଘଟଣା ଯୋଗୁ କୌଣସି ଟ୍ରେନ୍ ଷ୍ଟେଶନରେ ରହେ ନାହିଁ କିମ୍ୱା କେହି ଏଠାରୁ ଯାତ୍ରା କରନ୍ତି ନାହିଁ । ୧୯୬୨ରେ ଏହି ଷ୍ଟେଶନ୍ ନିର୍ମାଣ କରାଯାଇଥିଲା । ପ୍ରାୟ ୫ ବର୍ଷ ପରେ ୧୯୬୭ରେ ଲୋକେ ଏଠାରେ ପ୍ରେତାତ୍ମା ବୁଲୁଥିବାରୁ ଅଭିଯାଗ କଲେ । ଭୟରେ କେହି ଷ୍ଟେଶନ୍କୁ ଆସିଲେ ନାହିଁ । ଟ୍ରେନ୍ ଲାଇନରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା ବୋଲି ସ୍ଥାନୀୟ ବାସିନ୍ଦା କୁହନ୍ତି ।


